STORYMIRROR

Bharatabandhu Biswal

Romance Classics Inspirational

3  

Bharatabandhu Biswal

Romance Classics Inspirational

ଭିଜା ଶ୍ରାବଣ

ଭିଜା ଶ୍ରାବଣ

1 min
187

ପବିତ୍ର ଶ୍ରାବଣ ଅତି ମନୋହାରି

ଦେବ ଦେବ ପ୍ରିୟ ମାସ

ତତ୍ପର ସକଳ ଭକ୍ତ ଉତ୍ସାହିତ

ଶିବମୟ ଏ ଜଗତ ।

ଅନାଦି କାଳରୁ ଶ୍ରାବଣ ମାସରେ

ଶିବ ପୂଜା ପରମ୍ପରା

ପୂଜି ସଦାଶିବ ଭକ୍ତ ପ୍ରାଣ ତୃପ୍ତ

ପୂର୍ଣ୍ଣ ହୁଏ ମନବାଞ୍ଛା ।

ଭୂବନେଶ୍ୱରର ପ୍ରଭୁ ଲିଙ୍ଗରାଜ

ଲୋକନାଥ ପୁରୀ ଧାମେ

ପ୍ରସିଦ୍ଧ ଅଟନ୍ତି ଆଖଣ୍ଡଳମଣି

ଆରଡ଼ି ନାମକ ଗ୍ରାମେ ।

 ପ୍ରଭୁ ଗୁପ୍ତେଶ୍ୱର ରାମଗିରି ପୀଠେ

ଭକ୍ତଙ୍କର ଲାଗେ ଭିଡ଼

ହୁଏ ଜଳଲାଗି ଶିବଙ୍କ ମସ୍ତକେ

ଶୈବପୀଠରେ ଗହଳ ।

ଭିଜି ଭିଜି ଆସ ଭିଜା ଶ୍ରାବଣରେ

ଲଙ୍ଘ ନାହିଁ କୁଳ ବନ୍ୟା

ମାନସୀ ପ୍ରିୟା ମୋ ଆସ ଝୁଲି ଝୁଲି

ପାଳିବା ପୂର୍ଣ୍ଣିମା ଗହ୍ମା ।

ପୂଜିବା ଶଙ୍କର ଜଳ ଅଭିଷେକେ

କରି ନେବା ଜଳେ ସ୍ନାନ

ଆଦ୍ୟ ବସନରେ ଯିବା ଶିବଧାମ

ମୁଖେ ଗାଇ ବୋଲ ବମ ।



Rate this content
Log in

Similar oriya poem from Romance