Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ଅନୁଭବରେ ଆଷାଢ

ଅନୁଭବରେ ଆଷାଢ

1 min
145



ବରଷା ଆସିଛି ସବୁଜ ଶାଢୀଟେ

ପିନ୍ଧିଛି ଧରଣୀ ରାଣୀ

କୃଷ୍ଣଚୂଡା ଡାଳ ଏଯାଏ କହୁଛି

ଲାଲ ରଙ୍ଗର କାହାଣୀ ।


ଆଷାଢର ଖରା ଦେଉନାହିଁ ଧରା

ବର୍ଷା ଛୁଇଁଲାଣି ମାଟି

ଆଖିରେ ଆଖିରେ ସପନର ରଙ୍ଗ

ଦେହେ ଭରିଲାଣି ତାତି I


ମନ ଖୋଜିଲାଣି ସପନ ସୋହାଗ

ପ୍ରିୟତମା ପ୍ରୀତିଛୁଆଁ

ମିଳନ ଆତୁର ହୃଦୟ ତନ୍ତ୍ରୀରେ

ଲାଗି ଆସିଲାଣି ନିଆଁ I


ଠାକୁରାଣୀ ପାଖେ ଭକ୍ତିଭରେ ଆଜି

ଜଳାଇଛି ଗୋଟେ ଦୀପ

ଶୀତଳ ପବନ ଦେହେ ବାଜିଲାଣି

ସ୍ମୃତି ଆଙ୍କେ ତୁମ ରୂପ I


Rate this content
Log in

Similar oriya poem from Romance