ପକ୍ଷୀ
ପକ୍ଷୀ
ଥାଇ ପିଞ୍ଜରାରେ ପକ୍ଷୀ କରୁଛି ରୋଦନ
ଅନ୍ୟ ପକ୍ଷୀ ଉଡୁ ଛନ୍ତି କରନ୍ତି ଗୁଞ୍ଜନ
ମୁହିଁ ବନ୍ଧନରେ ।
ଅଛି କେତେ କଷ୍ଟ ତାର ବୁଝିବ କିଏ ସେ
ଅବୁଝା ମାନବ ଜାତି ଜାଣିବ କାହୁଁ ସେ
ଅଛି ସେ କଷ୍ଟରେ ।
ବଡ଼ ସ୍ୱାର୍ଥପର ନର ସ୍ବାର୍ଥେ ନିରନ୍ତର
କାହୁଁ ସେ ବୁଝିବ କଷ୍ଟ ନିରିହ ପକ୍ଷୀର
ମନୁଷ୍ୟ ଏ ଛାର ।
ରଖିଛି ବନ୍ଧନେ ପକ୍ଷୀ ବଡ଼ ସେ ନିଷ୍ଠାର
କି ମନୁଷ୍ୟ କି ବିଚାର କି ପରି ସଂସ୍କାର
ଚିନ୍ତା ନାହିଁ ତାର ।
ଉଡ଼ନ୍ତି ଚଢ଼େଇ ଦେଖ ବନ୍ଦୀରେ ରହିଛି
ମନ ମୋହୁ ଥାଏ ପକ୍ଷୀ ଏହୁ କାନ୍ଦୁ ଅଛି
ଅତି ହିଁ ଦୁଃଖରେ ।
ଏ ଡାଳ ସେ ଡାଳ ପକ୍ଷୀ ଉଡୁ ଥାଏ ନିତ୍ୟେ
ରାବ ସୁମଧୁର ତାଙ୍କ ଗୁଞ୍ଜୁ ଥାଏ ମର୍ତ୍ତ୍ୟେ
ଏ ପକ୍ଷୀ ବନ୍ଦୀରେ ।
ଖୋଲି ଦିଅ ଏ ପିଞ୍ଜରା ଉଡ଼ି ଯାଉ ପକ୍ଷୀ
କର୍ତ୍ତବ୍ୟ କୁ କର ନିଜ ମା ନ ବ ତା ରଖି
ଉଡ଼ନ୍ତି ପକ୍ଷୀରେ ।
