ପଖାଳ
ପଖାଳ
ପଖାଳ ଟି ମୋର
ସବୁଠୁ ପ୍ରିୟ,
ନପୂରେ ଖାଲି ତ ପେଟ,
ସାଥେ ପୂରିଯାଏ ମନ।
ତା’ପାସଙ୍ଗେ ନଯାଏ ଲୋ,
ସେଜୁଆନ୍ ରାଇସ୍ ଅବା ବିରିଆନୀ
ଖୋଜେ ମୁଁ ତାକୁ,
ଯେବେ ତାତି ଟିକେ ଯାଏ ବଢି ।
ବାଇଗଣ ଭର୍ତ୍ତା କୁ
ଟମାଟୋ ସେକା,
ଶିମ୍ବ ଚଡଚଡି ଆଉ
ଛୁଇଁ ଆଳୁ ଭଜା ।
ଶାଗ ଖରଡା ର ସାଥେ ପୁଣି ବଡିଚୁରା
ମିଠା ଆମ୍ବ ବାସରେ ମହକେ ଏ ସାରା ।
ମୂଳାଶାଗ ବେସନ ର ବରା
ଜାଣିନପାରି କୁନି ଫୁଟାଏ ଟାକରା ।
ଚିରୁଡେ କାଗଜି, ତା’ ସାଥେ ଦହି
ଆଃ କି ବାସନା ମୋ ମନ ମୋହି ।
କୁଚି କୁଚି କାକୁଡି କଟାରେ
ପାଗ ମୋ ପଖାଳ,
ସାଙ୍ଗ ହୋଇ ଖାଇବା
ଆସଲୋ ମକର, ଆସଲୋ ବଉଳ ।
