STORYMIRROR

Prabhati Mahapatra

Classics Inspirational

3  

Prabhati Mahapatra

Classics Inspirational

ପଖାଳ ଦିବସ

ପଖାଳ ଦିବସ

1 min
133



ପ୍ରଭୁ ହେ, ତୁମ୍ଭେ ନକର ଛଳ (ଘୋଷା)

ଅପାର କରୁଣା କରିଛ ପ୍ରଭୁ ହେ (ଘୋଷା)

ପାଇଛି ଗଣ୍ଡେ ମୁଁ

     ଶାଗ ପଖାଳ .....

ପ୍ରଭୁ ହେ 

ଶରଧାରେ ଆଜି ମନରେ ଭାବିଛି

ଏଇ ମୋ ଟଙ୍କ ତୋରାଣି

ଶାଗ ଭାଜା ମୋର ତୁଳସୀ ବାସୁଛି

ପୋଡା କପାଳକୁ ଜିଣି

ଲୋଡା ନାହିଁ ମୋର ଖିରୀ ସର ପୁଳି

ଖଞ୍ଜି ଦିଅ ପ୍ରଭୁ ତନୁରେ ବଳ ।

ପ୍ରଭୁ ହେ......

କଞ୍ଚା ଲଙ୍କାରେ ମୋ ରାଗ ଅଭିମାନ

ଦରିଆ ଲବଣ ଚୂର୍ଣ୍ଣ

ବ୍ୟଞ୍ଜନ କି ହେବ ବଡ଼ି ଚୁରା ଟିକେ

ଉଦର କରିଛି ପୂର୍ଣ୍ଣ

ଆଖି ଜଳ ମୋର ଆଖିରେ ମରିଛି

ଆଉ କି ଅଛି ମୋ ଭାଗ୍ୟରେ ବେଳ

ପ୍ରଭୁ ହେ , ଆଉ ନକର ଛଳ ...


Rate this content
Log in

Similar oriya poem from Classics