ଜାଗୃତି
ଜାଗୃତି


ଲେଖନୀ ଅସ୍ତ୍ର ଧରି କବି କବୟିତ୍ରୀ
ଲେଖିଯାଅ ସେହି ସୃଜନୀ
ଜାଗ୍ରତ କରାଅ ଓଡ଼ିଆ ପୁଅକୁ
ସନ୍ଦେଶ ବାର୍ତ୍ତା ର ଆବାହନୀ
ଓଡିଶା ରାଇଜ ପାଣି ପବନ ମାଟି
ସାମୀଆନା ଗାଉ ସନ୍ଦୀପନୀ
ଗାଥା ଗୌରବ କୀର୍ତ୍ତିରାଜି ସମୃଦ୍ଧି
ଲେଖୁଥାଉ ସଦା ଲେଖନୀ
ଫୁଟିଲା ଫୁଲ କି ଫୁଟେ ଆଉ ଥରେ
ଫୁଟେ ସିନା କଢି ମନ୍ଦାକିନୀ
ଜଗାଅ ପୁଲକ ବଜାଅ ଦୁନ୍ଦୁଭି
ଅ ଭ ମ ତିନିବୀଜ ଓଁ ସ୍ରୋତସ୍ବିନୀ
ଉଡ୍ର ରାଇଜ ନରେଶ ବଣିକ ପାଇକ
ଏଵେ ଵି ଜୀବିତ କବିତା କାହାଣୀ
ପୁସ୍ତକ ଏକାନ୍ତ ନିସ୍ଵାର୍ଥ ସାଥୀଟିଏ
ଓଡ଼ିଆ ପୁଅ କେବେ ଭୁଲିବେନି
ଭକ୍ତ ସାଲବେଗ ଦାସିଆ ବନ୍ଧୁମହାନ୍ତି
ଶାଶ୍ୱତ ଜୀବନ୍ତ ସଂଜୀବନୀ
ଆଧ୍ୟାତ୍ମିକ ଚେତନା ଝଙ୍କୃତ ହେଉ
କର୍ମପ୍ରେରଣା ର କଲ୍ଲୋଳିନୀ
ଓଡ଼ିଶାର ନଦୀ ବଣ ପାହାଡ଼ ମୁଲକେ
ଝରେ ଅମୃତ ପ୍ରେରଣା ନିର୍ଝରିଣୀ
ଝଙ୍କୃତ ଝଙ୍କାରେ ଆଞ୍ଜୁଳେ ଅଞ୍ଜଳି ସାଥେ
ଓଡିଶା ସଂସ୍କୃତି ପରମ୍ପରାର ଜୟଧ୍ୱନୀ ।