STORYMIRROR

Pranati Panda

Classics

3  

Pranati Panda

Classics

କଉଡ଼ି

କଉଡ଼ି

1 min
273

ଯେଉଁ ମାଟି କୋଳେ ଜନମ ଲଭିଲି

    ସେ ହେଲା ଜନମଭୁଇଁ ,

କଉଡ଼ି ପୋତିକି ଷଠି ପୂଜା ହେଲା

     ମୋର ଦୀର୍ଘାୟୁଷ ପାଇଁ ।


ବିବାହ ବନ୍ଧନେ ଆବଦ୍ଧ ହୋଇଲି

     ସଂସାର ବାନ୍ଧିବା ପାଇଁ ,

କଉଡ଼ି ଖେଳରେ ପ୍ରବେଶ ହୋଇଲି

     ନୂଆ ହୃଦୟରେ ମୁହିଁ ।


ପୁତ୍ର ସନ୍ତାନର କାନ୍ଧରେ ପଇତା

      ବ୍ରତ କରିବାକୁ ଯାଇଁ ,

କଉଡି ପୋତିଲି ବେଦୀ ଚତୁଃପାର୍ଶ୍ଵେ 

      ପୁତ୍ର ର ଦୀର୍ଘାୟୁ ପାଇଁ ।


ଏତିକି କାମନା  କରୁଛି ପ୍ରଭୁହେ 

      ତୁମରି ଚରଣେ ମୁହିଁ ,

ମୋ ଶବ ଆଗରେ  ଖଇ ଓ କଉଡ଼ି

     ଦିଟା ବିଞ୍ଚା ହେବାପାଇଁ ।


ଜନମଠୁଁ ନେଇ ମୃତ୍ୟୁ ର ପର୍ଯ୍ୟନ୍ତ

      ଶୁଭାଶୁଭ କାର୍ଯ୍ୟ ନେଇ,

 ଓଡ଼ିଆ ଘରର  ପରମ୍ପରା ଅଛି

      କଉଡ଼ି ଲୋଡ଼ା ପଡ଼ଇ ।


Rate this content
Log in

Similar oriya poem from Classics