STORYMIRROR

Samar Ballav Bhoi

Abstract Classics Inspirational

4  

Samar Ballav Bhoi

Abstract Classics Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
157


ଜାତି ପରିଚୟ ଇତିହାସ କହେ 

ଓଡ଼ିଆ ଜାତିର ସାଧବ ପୁଅ ମାନଙ୍କ 

ଇତିହାସ ଅଟେ ସେହି ସବୁ ଦିନମାନ

ଜାଭା ସୁମାତ୍ରା ବାଲି ଦ୍ବୀପ ମାନଙ୍କୁ 

ବାଣିଜ୍ୟ ପାଇଁ କି ଯାଉଥିଲେ ଦୀର୍ଘଦିନ

ବୋଇତ ଧରି ସାଥେ କରୁଥିଲେ ଅଭିଯାନ।


ଆମ ସଂସ୍କୃତି ଆମ ପରମ୍ପରା 

ସବୁଠୁ ମିଳେ ଭାରି ଆଦର

ସାଧବ ପୁଅର ନୌବାଣିଜ୍ୟକୁ 

ମନେ ପକାଇବା ପାଇଁ ଆମେ

କାର୍ତ୍ତିକ ପୂର୍ଣ୍ଣିମା ଦିନ ପୋଖରୀ ନଦୀରେ 

ଭସାଇ ଥାଉ କେତେ ରଙ୍ଗ ବେରଙ୍ଗର

ସୋଲ ଓ କଦଳୀ ଗଛ ପଟୁଆର ଡଙ୍ଗା ।


ଓଡ଼ିଆ ଜାତିର ଵାରମାସେ ତେର ପରବ

ବାର ମାସେ କାର୍ତ୍ତିକ ଅଟଇ ଧର୍ମ ମାସ

ମାସ ସାରା ଲୋକେ ପାଳନ୍ତି ଯେ ନିରାମିଷ

ଚଉଁରା ମୂଳେ ପଞ୍ଚ ମୁରୁଜର ଉଆସ

ଧାର୍ମିକ ଭାବନା ସହ ପାଳିତ କାର୍ତ୍ତିକ ମାସ।


କାର୍ତ୍ତିକ ପୂର୍ଣ୍ଣିମା ଓଡ଼ିଆ ଜାତିର ଚିହ୍ନ

କାହିଁ କେତେ ଦିନୁ ହେଉଛି ପାଳିତ

ଆ-କା-ମା-ବୈ ର ଶୁଭେ ପ୍ରତିଧୂନି 

ଶାନ୍ତି ବୈଭବ ପ୍ରତିଷ୍ଠା ର ନିବିଡ଼ ଭାବ

ମନେ ପଡେ ଯେବେ ସେ ପରମ୍ପରା ଦିନ।


ଶୁଭ ଚିନ୍ତାଧାରା ମନେ ରଖି ଆମେ

ପାଳୁଥିବା ଆମ ପରମ୍ପରା ନାମେ

ମଣିଷ ମଣିଷ ଭାଇଚାରା ଏଠି 

ଗଢୁଥିବା ସବୁଦିନେ ସବୁ ନାମେ

ଧର୍ମ ନାମେ ଏଠି ଅଧର୍ମ ନକରି

ଦୟା କ୍ଷମା ଶାନ୍ତି ରଖିବା ମନେ

ଏହା ହେଉ ଆମ ମନର ବିଶ୍ବାସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract