STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ମୋ ମାଆ

ମୋ ମାଆ

1 min
210


  ମୋ ପାଇଁ ପୂଣ୍ୟ ଦେବାଳୟ ତୁହି

  ମମତାର ପାରାବାର ଶରଧାର ନୀରିଝର

     ସ୍ନେହର ଅଶୁଖା ନଈ ..।

      

   ଦଶମାସ ମୋତେ ପେଟରେ ଧରିଲୁ

        କେତେଯେ କଷଣ ସହି

   ଗରଭରେ ତୋର କେତେ ଯତନରେ

       ରଖିଥିଲୁ ମୋତେ ତୁହି 

  ତୋ କୋଳରେ ପରା ଜନମ ନେଇଲୋ

       ଧନ୍ୟ ହୋଇଛି ମୁହିଁ

        ମୋ ମାଆ

   ମୋ ପାଇଁ ସ୍ନେହର ଅଶୁଖା ନଈ ...।


    ହାରିଗଲେ ମୋତେ ସାହସ ଦେଇଛୁ

         ଜିତିବା ପାଇଁକି ବଳ

     ସବୁ ଅବସାଦ ଉଭେଇ ଯାଏଲୋ

         କରିଦେଲେ ମୋତେ କୋଳ

  ରୋଗ ଶେଯେ ମୋର                

କେତେ ରାତି ତୋର

       ପାହିଛିଲୋ ଚେଇଁ ଚେଇଁ

       ମୋ ମାଆ

      ମୋ ପାଇଁ ପୂଣ୍ୟ ଦେବାଳୟ ତୁହି ...।।


     

      


Rate this content
Log in

Similar oriya poem from Classics