STORYMIRROR

Anupama Sahu

Classics

4  

Anupama Sahu

Classics

କୃଷ୍ଣ ସୁଦାମା

କୃଷ୍ଣ ସୁଦାମା

1 min
207


ଯୁଗେ ଯୁଗେ ପ୍ରଭୁ ଭକତର ଦାସ 

   ଭକ୍ତ ପ୍ରାଣେ ସଦା ବନ୍ଧା 

ଭକତଟି ତାଙ୍କ ହୃଦ ପ୍ରାଣ ବିନ୍ଦୁ 

ଭକ୍ତ ପାଇଁ ସେ ଯେ ଛନ୍ଦା।


ଭକତ ଲୁହରେ ମନଟା ବିକଳ 

  ଅନ୍ତର୍ଯ୍ୟାମୀ ପରଂବ୍ରହ୍ମ 

ତେଣୁ ତ୍ରିଜଗତେ ନାମ ବହିଛନ୍ତି 

  କଳିଯୁଗେ ଦାରୁବ୍ରହ୍ମ।


ଯେତେ ସଖା ଛନ୍ତି ଏ ବିଶ୍ବ ଭୁବନେ 

  ଶ୍ରୀକୃଷ୍ଣ ସୁଦାମା ଶ୍ରେଷ୍ଠ 

ନାହିଁ କେହି ଆନ ହେବ ସମକ୍ଷକ 

  ପବିତ୍ର ବନ୍ଧୁ କର୍ମଠ।


ଗୁରୁକୁଳାଶ୍ରମେ  ସନ୍ଦିପନୀ ପାଶେ 

  ଦୁହିଁଙ୍କ ହୁଏ ମିଳନ 

କ୍ଷତ୍ରିୟ ଶ୍ରୀକୃଷ୍ଣ ବ୍ରାହ୍ମଣ ସୁଦାମା 

  ଦୁହେଁ ଗୁରୁଶ୍ରାମେ ଜ୍ଞାନ।


ପ୍ରଥମ ସାକ୍ଷାତ ଗୁରୁ ଆଜ୍ଞା ମାନି 

 ସୁଦାମା ସ୍ୱାଗତ କରେ 

ସ୍ୱୟଂ ଭଗବାନ ତ୍ରିପୁର କରତା 

  ମନ ପ୍ରଫୁଲ୍ଲିତ ଭରେ।


ହସ ଉଲ୍ଲାସରେ ଏକ କୋଠରୀରେ 

  ରହି ବିତାଇଲେ ଦିନ 

ଗୁରୁ ଶିକ୍ଷା ଦାନ ଅଧ୍ୟୟନ ପରେ 

  ଚଳିଲେ ନିଜ ଭୁବନ।


ବିଦାୟ ମେଲାଣି ଘେନନ୍ତେ ଶ୍ରୀକୃଷ୍ଣ 

  ନେତ୍ର ଛଳଛଳ ଭାବେ 

ଭାଷଇ ସୁଦାମା ହେ ରାଜ କୁମାର 

  ଭୁଲିବନି ମନୁ କେବେ।


କରି ଆଲିଙ୍ଗନ  ଦେବ ଭଗବାନ 

  ଗଦଗଦ ଭାବନାରେ 

କେବେ ମୁଁ ତୁମକୁ  ଭୁଲିବିନି ସଖା 

  ସଦା ଥିବ ହୃଦୟରେ।


ସମୟ ଚକ୍ରରେ ଖୁଦ ମୁଠା ଧରି 

 ଗମନ୍ତି ସୁଦାମା ସଖା 

ଦେଖିବେ ଦ୍ୱାରିକା ବନ୍ଧୁ ସଙ୍ଗାତକୁ 

  ବାଲ୍ୟ ବନ୍ଧୁ ସାଥୀ ସଖା।


ଅନ୍ତର୍ଯ୍ୟାମୀ ନାଥ ଜାଣନ୍ତି ସକଳ 

  ମନ ଅନ୍ତର ବେଦନା 

ବୃନ୍ଦା ପୁରୀ ସଖା  ସୁଦାମା ବେଦନା 

  ଦୁଃଖ କଟିଲା ଲାଞ୍ଛନା।


ଜାଣେ ଏ ଜଗତ ସୁଦାମା ଶ୍ରୀକୃଷ୍ଣ 

  ସଖା ହୃଦୟର ଗାଥା 

ଯୁଗ ଥିବା ଯାଏ ସଦା ସ୍ୱାଭିମାନୀ

   ଶ୍ରୀକୃଷ୍ଣ ସୁଦାମା କଥା।


ସ୍ୱୟଂ ଭଗବାନ କର ଯାହା ଶିରେ 

  ସୁଖେ ବିତେ ତା ସମୟ

ତେଣୁ ହେ ସୁମନ  ଚିନ୍ତ ନିରନ୍ତର 

  କୃଷ୍ଣ ପାଦେ ରଖ ଲୟ।


        

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics