STORYMIRROR

Anupama Sahu

Abstract Classics Others

4  

Anupama Sahu

Abstract Classics Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
264


ବଇଶାଖ ଶୁକ୍ଳ  ତୃତୀୟ ତିଥିଟି 

    ଅକ୍ଷୟ ତୃତୀୟା ଜାଣ

ପରବ ମଧ୍ୟରେ  ସାର ପୁଣି ତାର 

    ମହିମା କହୁଛି ଶୁଣ। ୧।


ବ୍ରହ୍ମାଙ୍କ ନନ୍ଦନ   ଅକ୍ଷୟ କୁମାର 

   ଭୂମିଷ୍ଠ ହେଲେ ସେ ଦିନ 

ମାତା ଅନ୍ନପୂର୍ଣା  ଜନ୍ମ ହୋଇ ପୁଣି 

   ସଂସାରେ ଭରିଲେ ଧନ। ୨।


ଭକ୍ତ ଜୟଦେବଙ୍କ  ଜନମ ଦିନ 

    ପଡଇ ଏହି ତିଥିରେ 

ଜଗନ୍ନାଥଙ୍କର ମହିମା ଲେଖିଲେ 

  ତାଙ୍କ ଗୀତ ଗୋବିନ୍ଦରେ। ୩।


ଦେବୀ ଗଙ୍ଗା ମାତା  ଧରାବତରଣ 

   କରିଥିଲେ ଏହି ଦିନ 

ସଖା କୃଷ୍ଣଙ୍କର  ସଖୀ କୃଷ୍ଣାଙ୍କୁ ଯେ 

   ଅକ୍ଷୟ ପାତ୍ରର ଦାନ। ୪।


ମହା ଭାରତର  ଶେଷ ଯବନୀକା 

   ଏହି ଦିନେ ପଡିଥିଲା 

ଦରିଦ୍ର ସୁଦାମା  ଶ୍ରୀକୃଷ୍ଣଙ୍କୁ ଭେଟି 

   ସୁଖ ଭୋଗ କରି ଗଲା। ୫।


ଅକ୍ଷିମୁଠି ନେଇ  ଚଷା ଭାଇ ଯାଇ 

   ଚାଷ ଅନୁକୂଳ କଲା 

କୁବେର ଦେବଙ୍କୁ  ଧନପତି ଆଖ୍ୟା 

   ଏହି ଦିନେ ମିଳିଥିଲା। ୬।


ବଡ ପ୍ରଭୁଙ୍କର  ରଥ ଯାତ୍ରା ପାଇଁ 

   କାଠ ଶୁଭ ଦିଆ ଯାଏ 

ଓଡିଆମାନଙ୍କ  ଓଡିଆ ପଞ୍ଜିକା 

  ଏ ଦିନ ଆରମ୍ଭ ହୁଏ। ୭।


ଅକ୍ଷୟ ତୃତୀୟା  ଶୁଭ ତିଥି ବୋଲି 

   ପ୍ରକଟିଛି ମହୀତଳେ 

ଜଳ ଦାନ କଲେ  ଏ ଶୁଭ ଦିନରେ 

   କୋଟି ପୁଣ୍ୟ ଫଳ ମିଳେ। ୮।


ସର୍ବ କାର୍ଯ୍ୟେ ସିଦ୍ଧି  ମିଳେ ଏହି ଦିନେ 

     ଦିନଟି ମଙ୍ଗଳମୟ 

ଶୁଭ ବେଳା ଦେଖି  କାର୍ଯ୍ୟ ଆରମ୍ଭିଲେ 

    ସୁଫଳ ମିଳେ ନିଶ୍ଚୟ। ୯।

            

           


Rate this content
Log in

Similar oriya poem from Abstract