STORYMIRROR

Sunita Kar

Abstract Classics Others

4  

Sunita Kar

Abstract Classics Others

ଏଇ ତ ଜୀବନ

ଏଇ ତ ଜୀବନ

1 min
179


ଏଇ ତ ଜୀବନ ଯାତ୍ରା-

ଜଠର ରୁ ଜୁଇ ଯାଏ

ହାତପାହନ୍ତା ରୁ ଦିଗ୍‌ବଳୟ ଯାଏ।


ବାଳୁତର ମୁଠି ମୁଠି କାଉମୁଚି

କୈଶୋର ର ମୁଠା ମୁଠା ସ୍ବପ୍ନ

ଅବିଶ୍ରାନ୍ତ ଅବିରତ ଚଲାପଥେ

କେତେ ଯେ ସ୍ରବନ୍ତୀ

କାନ୍ତାର ମରୁଦ୍ୟାନ

ସାଗର ଚୁମ୍ବଇ କେବେ

ପୁଣି କେବେ ଝଡ ଓ ତୋଫାନ।


ଅଦିନ ମେଘରେ ,

ଭିଜା ଭିଜା ମାଟି

ଥମିଯାଏ ଗତି

ହରଷ ତଥାପି 

ଜୀବନ ଉଦ୍ୟାନେ ଫୁଟିବ ସତେକି

କୁନ୍ଦ ଜୁଇ ଜାଇ ମଲ୍ଲୀ ଓ ମାଳତୀ।


ପଥ ନୁହେଁ ସମତଳ

ସଜାଗ ଗାଡିଆଳ

ପାରଖା ପାରକ 

ଧିରେ ଯାଏ କରି ପାର।


ଗଡିଚାଲେ ସମୟର ଚକ

ସରିଆସେ ବାଟ

ସଭିଙ୍କୁ ଚକିତ କରି

ଆସେ ଅନାୟାସେ

ଅଘୋଷିତ ଶେଷ ପର୍ବ।

ଏଇ ତ ଜୀବନ!

ଏଇ ତ ଜୀବନ!!

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract