ଗୁଣ୍ଡୁଚି ମୂଷା
ଗୁଣ୍ଡୁଚି ମୂଷା
ଗୁଣ୍ଡୁଚି ମୂଷାରେ ଗୁଣ୍ଡୁଚି ମୂଷା
ସେତୁ ବନ୍ଧ ଲାଗି ତୁହି ଭରଷା |
ତୋ ହାତ ପରଶେ ପଥର ଭାସେ
ସେତୁବନ୍ଧ ଗଢା ହୋଇଲା ଶେଷେ |
ପ୍ରଭୁ ରଘୁପତି ହୋଇଣ ଖୁସି
ତୋ ପିଠିରେ ଦେଲେ ସେବେ ଆଉଁସି |
ପ୍ରଭୁଙ୍କ ଆଙ୍ଗୁଳି ଗାର ତୋ ଦେହେ
ଏବେ ବି ସଭିଙ୍କ ମନକୁ ମୋହେ |
ତୋର ସେ ସରଳ ନୀରିହ ଆଖି
ଦେଖିଲେ ମୋ ମନ ରହଇ ଲାଖି |
ଛୋଟ ବୁଟ ଚଣା କୋଳଥ ବିରି
ପାଖରେ ତୋହର ଆଦର ଭାରି |
କ୍ଷୁ୍ଦ୍ର ହେଲେ ବି ତୁ ଅଟୁ ମହାନ
କ୍ଷୁ୍ଦ୍ରକୁ କେବେ ମୁଁ ମଣେନି ହୀନ |
କ୍ଷୁ୍ଦ୍ର ପରମାଣୁ ଗଢଇ ଅଣୁ
ଅତି କ୍ଷୁଦ୍ର ଅଟେ ଜାଣ ସେ ଅଣୁ |
ଅତି କ୍ଷୁଦ୍ର ଅଣୁ ଗଢେ ପଦାର୍ଥ
ବିଶ୍ବ ବ୍ରହ୍ମାଣ୍ଡକୁ କରେ ସମର୍ଥ |
କ୍ଷୁ୍ଦ୍ର ଜଳ ବିନ୍ଦୁ ଗଢେ ସାଗର
କ୍ଷୁ୍ଦ୍ର ଅମ୍ଳଜାନ ରଖେ ଜୀବନ |
କ୍ଷୁ୍ଦ୍ର ହୋଇଲେ ବି ଚିନ୍ତା ମହାନ
ସଭି୍ଙ୍କର ତା'ଠି ବଢେ ସମ୍ମାନ|
ତୋହର ଆଖିରେ ଭରା ବିଶ୍ବାସ
ସ୍ନେହ ପ୍ରୀତି ମମତାର ଉଚ୍ଛ୍ବାସ |
ତୋର କୁନି ପାଦେ ଦେ ଆଉଁସି
ଭବ ପାରାବାରେ ରହିବି ଭାସି |
ବୁଡିିବନି ମୋର ସଂସାର ନାଆ
ତୋ ହାତର ସ୍ପର୍ଶ ହୋଇବ ସାହା |
ମୋର ଘରେ ସଦା ଥିବୁରେ ରହି
ମହାନ ଚିନ୍ତନ ତୁ କହି କହି |
ଘର ଚାରି ପାଶେ ଖେଳିବୁ ଡେଇଁ
ବୁଟ ଚଣା ବିରି କୋଳଥ ଖାଇ |
ତୋତେ ଦେଖି ମନେ ଜାଗଇ ଦୟା
ତୋ ନିରୀହ ରୂପ ଜଗାଏ ମାୟା |
ତୁହି ତ ମୋହର ଅତି ନିଜର
ଆଉଁସି ଦେଉଛି ତୋର ପୟର ||