STORYMIRROR

Krushna Chandra Lenka

Abstract Classics Inspirational

4  

Krushna Chandra Lenka

Abstract Classics Inspirational

କୋଭିଡ ଯୋଦ୍ଧା ଶ୍ରଦ୍ଧା ମହାନନ୍ଦ

କୋଭିଡ ଯୋଦ୍ଧା ଶ୍ରଦ୍ଧା ମହାନନ୍ଦ

1 min
315

ଏ ଘୋର ସଙ୍କଟେ ତବ ମଣିଷ ପଣିଆ,

ଦେଖି ଚକିତ ହୁଅଇ ଏ ସାରା ଦୁନିଆ।


ମହାମାରୀ କାଳେ ଯହିଁ ଚିନ୍ତଇ ଜଗତ,

ସେହି କ୍ଷଣେ ଯୋଦ୍ଧା ରୂପେ ଉଭା ହେଲ ମାତ।


ଆପଣା ମଣିଷ ଯହିଁ ହୁଏ ସାତପର,

କୋଭିଡ ଭୀତି ଯେ ଗଢେ କେତେ ସ୍ୱାର୍ଥପର।


ମାନବ ସେବାକୁ ଭାଳି ମାଧବର ସେବା,

ଅବିରତ ସେବା ଦେଉ ଦିବା ନିଶି ଅବା।


ଏମନ୍ତ କାଳେ ତୁ କେତେ କେତେ କ୍ଳେଶ ସହି,

ତୋର ସେବା କାର୍ଯ୍ୟେ ଥକି ନାହୁଁ ତିଳେ ରହି।


ତବ ପରି ଯୋଦ୍ଧା ଜଣେ ଅଟେ ତବ ପତି,

ରୋଗୀ ସେବା କରି ଯା'ନ୍ତି ନଥାଇ ବିରତି।


କେତେ ଦିନୁଁ ପତି ତବ ଦେଖି ନାହିଁ ମୁଖ,

କେମନ୍ତ ବୁଝିବେ ସେ ଯେ ତବ ସୁଖ ଦୁଃଖ।


ଗରଭେ ତୋହର ଏକ ସନ୍ତାନ ଯେ ଥାଇ,

ନବଜାତ ଶିଶୁ ସେବା କରୁ ନିତି ତୁହି।


ତୋ' ଗରଭ ଶିଶୁ କଥା ତୁ ଯେ ଭୁଲି ଯାଇ,

କର୍ତ୍ତବ୍ୟେ ମଗନ ହେଲୁ ପର ଶିଶୁ ପାଇଁ।


ମହାମାରୀ କାଳେ ତୋର ତିଳେ ନାହିଁ ଭୀତି,

ଦେଖି ଆଜ ମନେ ପଡେ ଗୋପବନ୍ଧୁ ନୀତି।


ସେ ନୀତି ଆଦର୍ଶ ରକ୍ତ ବହେ କି ତୋ' ଦେହେ,

ସତେ ଅବା କାନେ ମୋର ଏ ଦୁନିଆ କହେ।


ତବ ସେବା ପାଇଁ ଶିଶୁଏ କରୋନା ନାଶେ,

ସେ'ପାଇଁ ସବୁରି ମଥା ଆପେ ନଇଁ ଆସେ।



ଧନ୍ୟ ତୁହି ମହିୟସୀ, ଧନ୍ୟ ତୋର ଚିନ୍ତା,

ତୋ' ସେବା ଦେଖିଣ ତୋଷ ହୁଏ ମହୀ ମାତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract