Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3.4  

DILIP KUMAR SAHOO

Classics

ଅକ୍ଷି ତୃତୀୟା

ଅକ୍ଷି ତୃତୀୟା

1 min
170



 କାଳବଇଶାଖି ବରଷା ନିଇତି

 ଅଦିନେ ବେଙ୍ଗୁଲୀ ରଡି

 ଅକ୍ଷିତୃତୀୟାରେ ଚାଷ ଅନୁକୂଳ

 ଚଷା ଯାଏ ପାଗ ଭିଡି ।


 ନୂଆ ଟୋକେଇକୁ ନୂଆ ଗଉଣୀରେ

 ଅଙ୍କା ହୋଇଅଛି ଝୋଟି

 ନୂଆଲୁଗା ପିନ୍ଧି ଚଷାପୁଅ ଯାଏ

 ପୂଜିବାକୁ ମାଆ ମାଟି

 କଢାଣ ଦୋହର ସରିଛି ଏସନ

 ଖତ ଦେଇ ଗାଡି ଗାଡି

ଚଷା ଯାଏ ପାଗ ଭିଡି।


 ପ୍ରଭୁ କଲେ ଦୟା ପାଗ ହେବ ଭଲ

 ଭଲ ହେବ ଚାଷବାସ

 ଚାଷ ଭଲ ହେଲେ ଚାଷୀ ର ଓଠରେ

 ଉକୁଟି ଉଠିବ ହସ

 ଚାଷୀତ ହସିଲେ ହସିବ ରାଇଜ

 ଉଆଁସ ଯିବରେ ଛାଡି

 ଚଷା ଯାଏ ପାଗ ଭିଡି।


 ଅକ୍ଷି ତୃତୀୟାରେ ରଥ ଅନୁକୂଳ

 ଆରମ୍ଭ ଚନ୍ଦନ ଯାତ

 କରୋନା ଡରରେ ଏସନ ନରେନ୍ଦ୍ରେ

 ମେଳି ହେବେନାହିଁ ଭକ୍ତ

 କୁହ ମହାବାହୁ କେତେଦିନ ଆଉ

 ରହିବ ଭକ୍ତ ଙ୍କୁ ଛାଡି

 ଘଡଘଡି କରେ ରଡି ।

 


Rate this content
Log in

Similar oriya poem from Classics