STORYMIRROR

Ramachandra Bhutia

Abstract Classics Inspirational

4  

Ramachandra Bhutia

Abstract Classics Inspirational

ସେ ମାଆ ଆମର

ସେ ମାଆ ଆମର

1 min
197

ଦୁନିଆ ରେ ଗୋଟେ ନାଁ ଲାଗେ ମଧୁର

ଦୁନିଆ ରେ ଗୋଟେ ଆଖି ଲାଗେ ସୁନ୍ଦର

ସାରା ଦୁନିଆ ରେ ଜଣେ ଲାଗେ ନିଜର

ତାକୁ ଛାଡି ଦେଲେ ଆଉ ସବୁ ସ୍ୱାର୍ଥପର

ତାରି ପାଇଁ ଗଢା ଏଇ ସଂସାର

ତାରି ଆଶିଷ ଲୋଡା ଆମର


କେହି ଆଉ ନୁହଁ ସିଏ ମା ଆମର

ସେ ମା ଆମର


ରୁଷି ଯାଇଥିଲେ ସେ ଦିଏ ହସେଇ

ଚାଲୁ ଚାଲୁ ପଡିଗଲେ ନିଏ କୋଳେଇ

ଅମାନିଆ ହେଲେ ପୁଣି ଦିଏ ମନେଇ

ହଜିଗଲେ ଖୋଜି ସେ ଆଣି ତ ଦେଇ

ତାର ସେଇ ପଣତ କାନି

ତା ବିନୁ ଆଉ କିଛି ଜାଣିନି

ଭୁଲି ପାରିବିନି କେବେ ସେନେହ ତାର


କେହି ଆଉ ନୁହଁ ସିଏ ମା ଆମର

ସେ ମା ଆମର


ଆମ ପାଇଁ ସେ ନିତି ଉପାସ କରେ

ପୁନିଅଁ ପରବ ବ୍ରତ ପାଳନ କରେ

ରୋଗ ରେ ପଡ଼ିଲେ ବସେ ଅନିଦ୍ରା ହୋଇ

ଭୋକିଲା ରହି ନିଜେ ଆମକୁ ଦିଏ ଖୁଏଇ

ତାରି ସେବା ଆମର କର୍ମ

ତାର ଖୁସି ଆମର ଧର୍ମ

ସୁଝି ପାରେ ନାହିଁ କେହି ଋଣ ତାହାର


କେହି ଆଉ ନୁହଁ ସିଏ ମା ଆମର

ସେ ମା ଆମର ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract