Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanaranjan Sahoo

Classics Inspirational

4.8  

Gyanaranjan Sahoo

Classics Inspirational

କର୍ମ ହିଁ ଜୀବନ

କର୍ମ ହିଁ ଜୀବନ

1 min
295


   

ସମଗ୍ର ସୃଷ୍ଟିରେ କର୍ମ ବଳିୟାର

ତା’ ବିନୁ ସଂସାର ଚଳେନି କାହାର

ଯୁଗେଯୁଗେ ପୂଜା ପାଏ କର୍ମବୀର

କର୍ମ ବିନା ଜଗତେ ରହେ କିବା ନର ।


ଶ୍ରେଷ୍ଠ ପ୍ରାଣୀ ରୂପେ ପ୍ରସିଦ୍ଧି ଯାହାର

ସ୍ୱଚ୍ଛ ପାଣି ପବନ ମାଟି ତା’ର ଭାର

ଉଚ୍ଚ ନୀଚ ନୁହେଁ କର୍ତ୍ତବ୍ୟର ଦ୍ୱାର

ସର୍ବ ସହଯୋଗେ ଧରା ସ୍ୱର୍ଗପୁର ।


ପୃଥିବୀ ଅଟଇ ସମ୍ପଦ ଆମର

ଭୂମଣ୍ଡଳେ କେହି ରହିନି ଅମର

ଯଶ କୀର୍ତ୍ତି ଅଟେ ଚିର ସହଚର

ଯୋଗ୍ୟତା ଭିତ୍ତିରେ ବୃତ୍ତିକୁ ଆଦର ।


କର୍ମରେ ସାଧୁତା ଜନପ୍ରୀତି ହିଁ ଆଧାର

ସମାଜ ହିତରେ ସଦା ହୁଅ ଆଗଭର

ମିଳିମିଶି ଗାଅ କର୍ମ ହିଁ ଈଶ୍ୱର

ବିଭୁଙ୍କ ଆଶୀଷ ଲଭି ଆନନ୍ଦେ ବିହର ।



Rate this content
Log in

Similar oriya poem from Classics