STORYMIRROR

Sanjya Tripathy

Classics

4  

Sanjya Tripathy

Classics

ପୂର୍ଣ୍ଣିମାର ଚନ୍ଦ୍ର ଓ ଚୂଡ଼ି

ପୂର୍ଣ୍ଣିମାର ଚନ୍ଦ୍ର ଓ ଚୂଡ଼ି

1 min
247


ଆଷାଢ଼ ପୂର୍ଣ୍ଣିମାର ରାତିରେ

ଆକାଶରେ ଦେଖିଲି ଏକ ଚୁଡି

ଯାହା ଅନୁପମା, ନିରୁପମା ଓ ଅସୀମ

ତାହା ବାସର ରାତିର ବାଗଦତ୍ତ ବଧୂର

ନା ପ୍ରଶଂତିରେ ଆସିଥିବା ପ୍ରଗଳଭା ମୌସୁମୀର

ତପସ୍ବିନୀକରି ଅବା କୀଚକବଧକର

ବିବାହିତା ମହିଳାର ହାତର ଗହଣା

ପ୍ରାଣୟ ବଂଧନର ପ୍ରତୀକ

ଏ ଚୁଡି କଂଗା ହୋଇ ବିଛାଡି ହେବନି ତ

ପ୍ଲାଟଫର୍ମ ଚଟାଣରେ ?

ସଂଗାଧର ବିଶ୍ୱବିଦ୍ୟାଳୟ ସନ୍ନିକଟ ପ୍ଲାଟଫର୍ମରେ

ଏମିତି ଏକ ଦ୍ରମାର ରାତିରେ

ମିଳିଥିଲା କିଛି କଂଗାଚୁଡି, ରକ୍ତଛିଟା ଓ ଛିନ୍ନ ବିଚ୍ଛିନନ୍ନ

ଅଂଗବସ୍ତ୍ର

ମଣିଷ ସାଜିଥିଲା ଅସହାୟତାର ଖରିଦାର

ଏବେ ଶ୍ରାବଣ ପୂର୍ଣ୍ଣିମାରେ ଆସିବେ ଶଂଗାଧର

ଫିଧେବାକୁ ଫୁଲମାଳ, ଶୁଣିବାକୁ କରତାଳି ଅର୍ଥହୀନ

ଭାଷଣର

ଚିରାଚରିତ ପ୍ରଥାରେ ବର୍ଷଟିଏ ଚାଲିଯିବ

ମୌସୁମୀ ଫେରିଯିବ

ନଷ୍ଟ ସଂଧର୍ବ ହଜିଯିବ ସୁରମ୍ୟ ସଂପର୍କରେ

ମୌସୁମୀ ହାତର ଚୁଡି ଓ ମଧୁକ୍ଷରା ସୁରଭୀର ମହକ

ଦେଇଯାତି ସାଂଗାଧରକୁ, ମାଟିର ବାସନା- ମାସର

ଆମନ୍ତ୍ରଣା

ନିର୍ଭୟା କ୍ୟାଡର ପୁନରାବୃତ୍ତି ହେବ ନି ତ ଏ ପୂଷ୍ଠିମାରେ ?

ରାକ୍ଷୀର ପବିତ୍ର ମାଂଗଳିକ ବଂଧନରେ ସମସ୍ତ ସଂପର୍କ

ହୋଇଯିବେ ଏକ !


Rate this content
Log in

Similar oriya poem from Classics