STORYMIRROR

Samar Ballav Bhoi

Abstract Classics Inspirational

4  

Samar Ballav Bhoi

Abstract Classics Inspirational

ଗ୍ରୀଷ୍ମରେ ଗାଁର ଚିତ୍ର

ଗ୍ରୀଷ୍ମରେ ଗାଁର ଚିତ୍ର

1 min
245


ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପେ

କୃଷକ ଭାଇର ଖରାଟିଆ ଚାଷ

ଦେଇଥାଏ କେତେ ଆନନ୍ଦ ଉଲ୍ଲାସ।


ବୈଶାଖ ମାସ ଶୁକ୍ଳପକ୍ଷେ 

ପଡଇ ଅକ୍ଷୟ ତୃତୀୟା

ଏହି ଦିନ ଅକ୍ଷିମୁଠି ଧରି

ଶୁଭାରମ୍ଭ କରେ ବିହନ ବୁଣା।


ବାଡି ବଗିଚାରେ କରାଯାଇଥାଏ

ଭିନ୍ନ ଭିନ୍ନ ପରିବା ଚାଷ

ବଂଚିବା ପାଇଁ ଅନେକ ଉପାୟ

ଗାଁ ମାଟି କରିଥାଏ ସରସ।


ବାଡି ବଗିଚାରେ ଭରପୁର ଥାଏ

ଆମ୍ବ ତାଳସଜ ସପୁରି ପଣସ

ଖରାଦିନ ର ଝାଞ୍ଜି ପବନ ରୁ

ଏହା ଦେଇଥାଏ ଶୀତଳ ପରଶ।


ଗାଁ ପରିବେଶ ଅତି ମନୋରମ

ସନ୍ଧ୍ୟା କାଳେ ମଲ୍ଲି ଫୁଲର ମହକ

ଧନାଢ୍ୟ ବିଳାସୀ ଗ୍ରୀଷ୍ମ ସନ୍ଧ୍ୟାକୁ 

ମଲ୍ଲି,ବଉଳ ଫୁଲମାଳ ବେକରେ ପକାଇ

ପ୍ରାଣଭରି ଉପଭୋଗ କରନ୍ତି ପ୍ରତ୍ୟେକ।


ପଣା ସଂକ୍ରାନ୍ତି, ଚନ୍ଦନ ଯାତ୍ରା, ଶୀତଳଷଷ୍ଠୀ

ସାବିତ୍ରୀ ଅମାବାସ୍ୟା ଗ୍ରୀଷ୍ମର ମୁଖ୍ୟ ପରବ

ଏହି ପର୍ବ ପର୍ବାଣୀ ସୃଷ୍ଟି କରେ ନୁଆ ପୁଲକ

ସଭିଙ୍କୁ ମିଳଇ ଆନନ୍ଦ ଉଲ୍ଲାସ ଅନୁଭଵ।


ନିଦାଘ ସମୟ ହେଲେଟି ଦାରୁଣ

ଅଟେ ଜଗତର ମିତ୍ର

ଜନମାଇ ମେଘ ସାଧେ ପ୍ରାଣୀହିତ

ବିଧିର ବିଧାନ ଅଟେ ବିଚିତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract