Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ପ୍ରିୟତମ ସଖା ତୁମେ ଅନୁପମ-୧

ପ୍ରିୟତମ ସଖା ତୁମେ ଅନୁପମ-୧

1 min
181



ଦ୍ବାରକା ପୁରୀର ରାଜ ଉଆସରେ

ଶୟନ ରତ ଶ୍ରୀ କୃଷ୍ଣ

ଥିଲେ ଉପବିଷ୍ଟ ଦକ୍ଷିଣ ପାରୁଶେ

ରାଜପୁତ୍ର ଦୁର୍ଯୋଧନ ।

ପହଞ୍ଚିଲେ ଆସି ତୃତୀୟ ପାଣ୍ଡବ

ସ୍ମରୁଥିଲେ ମନେ ମନେ

ନିଦ୍ରାରୁ ଜାଗ୍ରତ ହୋଇଗଲେ ସଖା

ଜଣାଇବେ ନିବେଦନେ ।

ସହାୟତା ଆଶେ ଆସିଥିଲେ ଦ୍ୱୟେ

କରିବାକୁ ଜୟ ଯୁଦ୍ଧ

ନିର୍ଣ୍ଣାୟକ ଥିଲେ ଦ୍ୱାରକାଧିପତି

ଉଭୟଙ୍କର ସମ୍ବନ୍ଧ ।

ହଠାତ୍ ସମ୍ମୁଖେ ନଜର ପଡିଲା

ଦେଖିଲେ ସଖା ଅର୍ଜୁନ

ହସହସ ମୁଖେ ପୁଚ୍ଛିଲେ କୁଶଳ

ଆଗମନର କାରଣ ।

ଉଠିଲେ ଚିହିଁକି ବୀର ଦୁର୍ଯୋଧନ

କହିଲେ ଆସିଛି ଆଗେ

ଏଣୁ ମୋର କଥା ଶୁଣିବା ଉଚିତ

ସୌଜନତା ଏହା ମାଗେ ।

ଉବାଚିଲେ କୃଷ୍ଣ ରଖି ସ୍ମିତ ହାସ୍ୟ

ତାଙ୍କ ଦୃଷ୍ଟି ଗୋଚରରେ

ପ୍ରଥମେ ଭେଟିଲେ ବୀର ଅର୍ଜୁନଙ୍କୁ

ଦୋଷ ତାଙ୍କ ନାହିଁ ତିଳେ ।

ଭଦ୍ର ସହକାରେ ଜଣାଇଲେ ପାର୍ଥ

ଏ କଥା ସମ୍ପୂର୍ଣ୍ଣ ସତ

ଭ୍ରାତ ଦୁର୍ଯୋଧନ ଥିଲେ ଉପବିଷ୍ଟ

ପ୍ରଥମରୁ ତାଙ୍କ ପାଶ ।

ପ୍ରଭୁ ମାୟାଧର ଜାଣନ୍ତି ଭିଆଣ

କଥା ହୁଏନି ଅନ୍ୟଥା

କୁହ ଦୁର୍ଯୋଧନ କି କାରଣ ପାଇଁ

ଆସିଲ ପୁରୀ ଦ୍ୱାରକା ।

ଯୁଦ୍ଧ ଅନିର୍ବାର୍ଯ୍ୟ କୈ।ରବ ପାଣ୍ଡବେ

ଲୋଡୁଅଛି ସହାୟତା

ଏପରି ସୁଯୋଗ ପ୍ରାପତ ନିମନ୍ତେ

ଦାବୀ କରେ ସୁବନ୍ଧୁତା ।

ସରଳ ସୁନ୍ଦରେ କହିଲେ ଶ୍ରୀ କୃଷ୍ଣ

ଉଭୟ ତ ସମ୍ବନ୍ଧୀୟ

ଉପେକ୍ଷା କାହାକୁ କରିବେ କିପରି

ଦେବେ କାହାକୁ ଅଭୟ ।

ସହାୟତା ଦେବେ ଉଭୟ ପକ୍ଷଙ୍କୁ

ନ ଧରିବେ ନିଜେ ଅସ୍ତ୍ର

ଗୋଟିଏ ପକ୍ଷ ରେ ନିରସ୍ତ୍ର କେଶବ

ସେନା ନାରାୟଣୀ ଅନ୍ୟ ।

ବୁଝାଇ କହିଲେ ଅର୍ଜୁନ ଅଟନ୍ତି

ଯେହେତୁ ବୟସେ ସାନ

ମାଗିବାର ତାଙ୍କ ଅଗ୍ର ଅଧିକାର

ଏହା ତ ନ୍ୟାୟ ବଚନ ।

ନାରାୟଣୀ ସେନା ନୁହେଁ ଆବଶ୍ୟକ

ନାରାୟଣ ଦରକାର

ସମ୍ଭ୍ରମତା ସହ ପ୍ରଣମି ଅର୍ଜୁନ

ଦେଲେ ତାଙ୍କ ପ୍ରତ୍ୟୁତର ।

ହୋଇ ହସହସ ବିମୁଗ୍ଧ ସନ୍ତୁଷ୍ଟ

ଉବାଚିଲେ ଦୁର୍ଯୋଧନ

ନାରାୟଣୀ ସେନା ସହାୟତା ଲାଭେ

ସିଏ ବି ସଫଳକାମ ।

ଫେରିଯିବେ ସିଏ ତୁରନ୍ତ ହସ୍ତୀନା

ଭ୍ରାତ ବଳରାମ ଭେଟି

ଉତ୍ଫୁଲ୍ଲିତ ଥିଲେ ଅହଙ୍କାରେ ସିଏ

ପଡୁଥିଲେ ଖାଲି ଫାଟି ।

                 


Rate this content
Log in