STORYMIRROR

Satyabati Swain

Classics

3  

Satyabati Swain

Classics

ମର୍ଜିର ମାଲିକ

ମର୍ଜିର ମାଲିକ

1 min
246

ରାତିର ସୁମଧୁର ସଙ୍ଗୀତ

ଅପେକ୍ଷା ରତ

ନିରବ ଭୋରକୁ।


ପବିତ୍ର ଅଗ୍ନିପିଣ୍ଡ

ଜାଳେ ଏବଂ ଜଳେ

ଶିଖାହିଁନ ଭାବେ

ଶୁଳୀକୁ ଚଢାଏ

ଅବା

ମୁକୁଟ ପିନ୍ଧାଏ

ତା ମନ ହେଲେ

ବର୍ଷି ଯାଏ

ପରଷି ଦେବ

ନଲେ ବର୍ଷି ଯିବ

ମର୍ଜିର ମାଲିକ ସେ।


ସ୍ୱପ୍ନ ଦେଉଛି

କାମନା ବାସନାରେ ଫସାଇ ଦେଉଛି

ସମ୍ମାନ ଅସମ୍ମାନରେ

ପୋତି ପକାଉଛି

ଲୁହରେ ଗାଧୋଇ 

ବିରହର ମିଠା ମିଠା ଯନ୍ତ୍ରଣା ଦେଇ

ଭେଣ୍ଡାକୁ ମେଣ୍ଢା ଵନଉଛି।


ଇଏ ଅଛି ଥିଲା ଓ ଥିବ

ସମୟ ଶୋଇବା ପର୍ଯ୍ୟନ୍ତ

ସମାଜର ଆୟୁଷ ସରିବା ଯାଏ

ସବୁରି ଭିତରେ ବାହାରେ

ଖରାରେ ତରାରେ

ପୃଥିବୀ ଜିଇଁଥିବା ଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics