ମର୍ଜିର ମାଲିକ
ମର୍ଜିର ମାଲିକ
ରାତିର ସୁମଧୁର ସଙ୍ଗୀତ
ଅପେକ୍ଷା ରତ
ନିରବ ଭୋରକୁ।
ପବିତ୍ର ଅଗ୍ନିପିଣ୍ଡ
ଜାଳେ ଏବଂ ଜଳେ
ଶିଖାହିଁନ ଭାବେ
ଶୁଳୀକୁ ଚଢାଏ
ଅବା
ମୁକୁଟ ପିନ୍ଧାଏ
ତା ମନ ହେଲେ
ବର୍ଷି ଯାଏ
ପରଷି ଦେବ
ନଲେ ବର୍ଷି ଯିବ
ମର୍ଜିର ମାଲିକ ସେ।
ସ୍ୱପ୍ନ ଦେଉଛି
କାମନା ବାସନାରେ ଫସାଇ ଦେଉଛି
ସମ୍ମାନ ଅସମ୍ମାନରେ
ପୋତି ପକାଉଛି
ଲୁହରେ ଗାଧୋଇ
ବିରହର ମିଠା ମିଠା ଯନ୍ତ୍ରଣା ଦେଇ
ଭେଣ୍ଡାକୁ ମେଣ୍ଢା ଵନଉଛି।
ଇଏ ଅଛି ଥିଲା ଓ ଥିବ
ସମୟ ଶୋଇବା ପର୍ଯ୍ୟନ୍ତ
ସମାଜର ଆୟୁଷ ସରିବା ଯାଏ
ସବୁରି ଭିତରେ ବାହାରେ
ଖରାରେ ତରାରେ
ପୃଥିବୀ ଜିଇଁଥିବା ଯାଏ।