STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମାଣବସା ଗୁରୁବାର

ମାଣବସା ଗୁରୁବାର

1 min
286


ମାସରେ ସାର ସେ ଅଟେ ମାର୍ଗଶୀର

ସେ ମାସେ ଆସେ ମାଣବସା ଗୁରୁବାର ।


ଲକ୍ଷ୍ମୀ ମା ସେ ଦିନ ସବୁ ଗୃହକୁ ଯାଆନ୍ତି

ଯେ ଭକ୍ତି ଭାବେ ପୁଜେ ମା ତାକୁ ବରଦିଅନ୍ତି ।


ଶ୍ରୀୟା ପୁଜି ମାଙ୍କୁ ବର ଲାଭ କରିଲା

ଜଗତରେ କାଳ କାଳକୁ କଥା ରହିଲା ।


ସେ ଦିନ ମା ମାନେ ପ୍ରାତଃ କାଳରୁ ଉଠନ୍ତି

ଦାଣ୍ଡ ଦୁଆରକୁ ଲିପା ପୋଛା କରି ଝୋଟି ଦିଅନ୍ତି ।


ମା ମାନେ ଶୁକ୍ଳ ବସ୍ତ୍ର ପିନ୍ଧି ମା ଙ୍କୁ ଡାକନ୍ତି

ନାନା ଦ୍ରବ୍ୟ ଦେଇ ପୂଜା ଅର୍ଚ୍ଚନା କରନ୍ତି ।


ମାଣଠାକୁରାଣୀ ହୋଇ ଦେବି ପୂଜା ପାଆନ୍ତି

ମା ସନ୍ତୁଷ୍ଟ ହେଲେ ଦାରିଦ୍ରତାକୁ ଦୁରେଇ ଦିଅନ୍ତି ।


ପ୍ରତି ଓଡ଼ିଆ ଏ ପର୍ବ ମହା ସମାରୋହରେ ପାଳନ କରନ୍ତି

ଆନନ୍ଦ ଉଲ୍ଲାସରେ ସଭିଏଁ ଦିନ କାଟନ୍ତି ।


Rate this content
Log in

Similar oriya poem from Classics