STORYMIRROR

Puspanjali Panda

Classics

3  

Puspanjali Panda

Classics

କହିବାର ଯାହା ଥିଲା-୧

କହିବାର ଯାହା ଥିଲା-୧

1 min
370


ବୋଉ ଲୋ,

ତୋ ଫୁଟଣ ଡ଼ବାରୁ,

ବୁଢ଼ୀ ମା ପାନ ଡାଲାରୁ

କୁନି କୁନି ହାତରେ

ଦି ଟଙ୍କା ଦଶ ପଇସା

ପୁରିଆନା ଦୋକାନରେ

ଯିବାର ମୁଁ ଦେଖିଛି

କହିପାରିନି ଲୋଭରେ

ତୋ ଗାଳି ଭୟରେ

ଆଉ ବୁଢ଼ୀ ମାର ଭାଇ ପ୍ରତି ସ୍ନେହରେ

କେମିତି କହିଥାନ୍ତି ଯେ

ମୋ ଭାଈ କଥାକୁ

କେମିତି ଭାଙ୍ଗି ଦେଇଥାନ୍ତି ଯେ

ଏମିତି ସବୁବେଳେ

ସେ ଡ଼ବା ଉଣ୍ଡାଳେ

ବୁଝି ସାରିଲା ପରେ

ଏତେ ସ୍ନେହ କେମିତି ଅଜାଡିଦେଲୁ

ଏବେ ତ ସେ ଆକାଶରେ

ତୁ ବି ତା ପାଖରେ

କହିବାର ଯାହାଥିଲା

କେମିତି କହିପାରିବି କହିଲୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics