STORYMIRROR

Satyabati Swain

Classics

3  

Satyabati Swain

Classics

ଅତି ମାନସ ଚେତନା

ଅତି ମାନସ ଚେତନା

1 min
369

ତରଙ୍ଗାୟିତ ଅନ୍ତରଙ୍ଗ ଅନ୍ତଗର୍ଭ

ମଧୁମୟ ଫେନିଳ ଅନୁଭୁତି

ଆଧ୍ୟାତ୍ମିକ ଆତ୍ମିକ ବିଭବ

ଚେତନାର ସଂଘାତରୁ ସୃଷ୍ଟ

ଶିବମୟ

ଜୀବନ କୈଳାସ।


ଆତ୍ମଦାହର

ପ୍ରତି ବେଦନ

ସଂଶୋଧନ ଏବଂ ସମୀକ୍ଷା କରେ

କରିଥିବା କାର୍ଯ୍ୟ

ମନୋବୃତ୍ତି

ଉନ୍ମୋଚନ କରିବାକୁ

ଜୀବନ ତତ୍ତ୍ୱ।


ଉଦ୍ ବେଳିତ ବିଚଳିତ ମନ

ଗୂଢ଼ ରହସ୍ୟ ଜିଜ୍ଞାସା ନେଇ

ଦୃଢ଼ ପ୍ରୟାସ କରେ

ଦିବ୍ୟ ଶକ୍ତିର ଆହ୍ୱାନ କ୍ରମେ

ଦିବ୍ୟାତ୍ମାଙ୍କର ସାନିଧ୍ୟ ପ୍ରାପ୍ତି ଅର୍ଥେ

ପାର୍ଥିବ ସତ୍ତା ତ୍ୟାଗ କରି

ଗୌତମ ବୁଦ୍ଧ ହୁଅନ୍ତି

ଅତି ମାନସ ଚେତନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics