ରାଧା ବିନୁ କୃଷ୍ଣ ଅଧା
ରାଧା ବିନୁ କୃଷ୍ଣ ଅଧା
କହେ ଗୋପପୁର କହ୍ନେଇ ଆମର
ଖାଣ୍ଟିସୁନା ସରବଦା
ଜାଣି ନାହିଁ ସେହି ପର ଆପଣାର
ମୂଳରୁ ସେ ସାଦା ସିଧା ।
ଯମୁନା ଘାଟରେ ଗାଧୁଆ ତୁଠରେ
ଧୋବ ଫର ଫର ରାଧା
ନଜର ପକାଇ ନିଜର କରିଲା
କହ୍ନେଇ ଝୁରୁଛି ସଦା
ବଇଁଶୀ ବଜାଇ ବିରହରେ ସେହି
ଡାକୁଅଛି ରାଧା ରାଧା ।
ସହୁଅଛି ନିନ୍ଦା ଅପବାଦ ରାଧା
କୃଷ୍ଣ ନାମେ ରଖି ଶ୍ରଦ୍ଧା
ନାଟୁଆର ନାଟ କହ୍ନେଇର ହଟ
ରାଧା ପାଇଁ ସବୁ ବାଧା
ଦୁନିଆ ଜଣିଛି ଯୁଗଳ ମରତି
ରାଧା ବିନୁ କୃଷ୍ଣ ଅଧା ।