STORYMIRROR

Satyabati Swain

Classics

3  

Satyabati Swain

Classics

ମୋ ସ୍ଥାନ କେଉଁଠି

ମୋ ସ୍ଥାନ କେଉଁଠି

1 min
324

ମୋ ଭିତରେ

ଦାୟବଦ୍ଧତା ଉଦ୍ ଘୋଷିତ

ଜୀବନ ଇନ୍ଦ୍ରପ୍ରସ୍ଥ

ପୁରନିର୍ମାଣର ଦାୟିତ୍ୱବୋଧତା

ମହାଶୃଙ୍ଖଳାର ଜଂଜିର

ମୋ ପାଦେ

ବାସ୍ତବତାର ଏକ

ସତ୍ୟପାଠ

ମୁଁ ଜଣେ ବର୍ତ୍ତମାନର 

ସନାତନ ନାରୀ

ସାର୍ବଜନୀନ ସତ୍ୟ।


ସୌନ୍ଦର୍ଯ୍ୟର ପରମ ଭୋଗ

ସଙ୍ଗୀତର ଚରମ ଆନନ୍ଦ

ବିଶ୍ୱ ବ୍ରହ୍ମାଣ୍ଡର କେନ୍ଦ୍ର ବିନ୍ଦୁ ତ ମୁଁ

ମୋତେ ଘେରି

ନୈସର୍ଗିକ ସମ୍ପର୍କର ପରିଧି

ମୋ ବିନା ସବୁ ଶୁନ୍ୟ

ବନ୍ଧ୍ୟା ଭୁଇଁ।


ମୋ ଦୁଇ ବାହୁ

ଏ ସମାଜର ସମସ୍ତ ଆବର୍ଜନା ବୋଝ

ଉଠାଇବାକୁ ସକ୍ଷମ

ମୋ ଛାତି ସବୁ ଆପଣେଇ ନେବାର

ବିଶାଳ ଛାତଟେ

ସୁରକ୍ଷା ଦେଇ ପାରେ

ଅସୁମାରୀ ମଣିଷଙ୍କୁ।


ତୁମେ ତ ମୋ ସୌଭାଗ୍ୟ ନିୟନ୍ତା

କହିବ କି

ମୋର ସ୍ଥାନ ଏବେ କେଉଁଠି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics