ପଵିତ୍ର ବନ୍ଧନ
ପଵିତ୍ର ବନ୍ଧନ
ମୋ ଖୋଜିବା ବେଳରେ ତୁମକୁ
ଲୋଡିବାକୁ ପଡେ ନାହିଁ
ତୁମେ ଜାଣିସାରିଥାଅ
ମୁଁ ଅଛି ଅସୁବିଧାରେ
ଯଦିଓ ମୁଁ ନଥାଏ ଜଣାଇ
ଏମିତି ତୁମର ହୃଦୟ
ଫୋନ ରେ କଣ୍ଠ ଶ୍ୱର୍ରୁବୁଝି ଯାଇଥାଅ
ମୁଁ କେମିତି ଅଛି
ଖୁସିରେ କି ଦୁଃଖରେ
ରାଗରେ କି ଅବସାଦ ରେ ,
ଝୁଣ୍ଟି ପଡିଛି ସଂସାର ର
ଅଳିଆ ରାସ୍ତାରେ
କିମ୍ବା ସଦ୍ୟ ଉଠିଛି
ଅକସ୍ମାତ ପାଇଥିବା ଧକ୍କା ଓ ଧୋକା ରୁ
ଦୁନିଆର ଭେଜାଲ ବଜାରେ
ଏ ସମ୍ପର୍କରେ ବନ୍ଧୁ ପଣ ତୁମ
ଶ୍ରୀକୃଷ୍ଣ ଙ୍କ ପରି
ମୋ ପାଇଁ ତୁମ ସ୍ଥାନ
ବହୁତ ଉଚ୍ଚରେ ,
ଖୋଜି ମଧ୍ୟ ପାଇନି ମୁଁ
ତୁମର ବିକଳ୍ପ
ଛଳନାରେ ପରିପୂର୍ଣ୍ଣ
ମୋ ଚାରିପାଖର ଭିଡରେ
ଆଶ୍ୱାସନା ଭରା ପଦେ କଥା
ସହୃଦୟତା ଓ ସାହାଯ୍ୟର ହସ୍ତ
ଲମ୍ବି ଆସେ ତୁମ ଠାରୁ
ସ୍ଥିତି ଯେମିତି ବି ଥାଉ ,
ସଙ୍କୁଚିତ ହୋଇଗଲେ ମୁଁ
ସହଜ କରିନିଅ ତୁମେ
ଅମାୟିକ ହସରେ କୁହ
"ବନ୍ଧୁତ୍ୱ ଠୁ ବଡ କିଛି ଅଛି ଆଉ
ସୌଭାଗ୍ୟ ମୋ ତୁମେ ଅଛ
ମୋର ପରମ ବନ୍ଧୁ ରୂପେ
ଯାହା ପାଖେ ମୋର ଦ୍ବନ୍ଦ୍ୱ
ସମସ୍ୟା ସବୁ ସରଳ, ତରଳ ,
ହୁଏତ ମୁଁ କରିଥିଲି
ପୂର୍ବ ଜନ୍ମରେ ଅନେକ ତପସ୍ୟା
ଅବା ସଞ୍ଚିତ ଥିଲା ମୋର
ସୁକୃତର ଫଳ
ଈଶ୍ଵର ଙ୍କ ପାଖେ ଏତିକି ମୀନତି
ଆମ ଏ ବନ୍ଧୁତ୍ୱ ରହୁ ଅତୁଟ, ଅମଳିନ
ନ ଲାଗୁ କାହାରି ନଜର
ସମ୍ପର୍କରେ ନ ଲାଗୁ ଘୁଣ,
ବନ୍ଧୁ ପଣେ ଲୋଡୁଥାଏ ତୁମକୁ
ମୁଁ ଜନ୍ମ ପରେ ଜନ୍ମ
