STORYMIRROR

Rasmita Dixit

Abstract

3  

Rasmita Dixit

Abstract

ପଵିତ୍ର ବନ୍ଧନ

ପଵିତ୍ର ବନ୍ଧନ

1 min
311

ମୋ ଖୋଜିବା ବେଳରେ ତୁମକୁ

ଲୋଡିବାକୁ ପଡେ ନାହିଁ

ତୁମେ ଜାଣିସାରିଥାଅ

ମୁଁ ଅଛି ଅସୁବିଧାରେ

ଯଦିଓ ମୁଁ ନଥାଏ ଜଣାଇ


ଏମିତି ତୁମର ହୃଦୟ

ଫୋନ ରେ କଣ୍ଠ ଶ୍ୱର୍ରୁବୁଝି ଯାଇଥାଅ

ମୁଁ କେମିତି ଅଛି

ଖୁସିରେ କି ଦୁଃଖରେ

ରାଗରେ କି ଅବସାଦ ରେ ,

ଝୁଣ୍ଟି ପଡିଛି ସଂସାର ର

ଅଳିଆ ରାସ୍ତାରେ

କିମ୍ବା ସଦ୍ୟ ଉଠିଛି

ଅକସ୍ମାତ ପାଇଥିବା ଧକ୍କା ଓ ଧୋକା ରୁ

ଦୁନିଆର ଭେଜାଲ ବଜାରେ


ଏ ସମ୍ପର୍କରେ ବନ୍ଧୁ ପଣ ତୁମ

ଶ୍ରୀକୃଷ୍ଣ ଙ୍କ ପରି

ମୋ ପାଇଁ ତୁମ ସ୍ଥାନ

ବହୁତ ଉଚ୍ଚରେ ,

ଖୋଜି ମଧ୍ୟ ପାଇନି ମୁଁ

ତୁମର ବିକଳ୍ପ

ଛଳନାରେ ପରିପୂର୍ଣ୍ଣ

ମୋ ଚାରିପାଖର ଭିଡରେ


ଆଶ୍ୱାସନା ଭରା ପଦେ କଥା

ସହୃଦୟତା ଓ ସାହାଯ୍ୟର ହସ୍ତ

ଲମ୍ବି ଆସେ ତୁମ ଠାରୁ

ସ୍ଥିତି ଯେମିତି ବି ଥାଉ ,

ସଙ୍କୁଚିତ ହୋଇଗଲେ ମୁଁ

ସହଜ କରିନିଅ ତୁମେ

ଅମାୟିକ ହସରେ କୁହ

"ବନ୍ଧୁତ୍ୱ ଠୁ ବଡ କିଛି ଅଛି ଆଉ


ସୌଭାଗ୍ୟ ମୋ ତୁମେ ଅଛ

ମୋର ପରମ ବନ୍ଧୁ ରୂପେ

ଯାହା ପାଖେ ମୋର ଦ୍ବନ୍ଦ୍ୱ

ସମସ୍ୟା ସବୁ ସରଳ, ତରଳ ,

ହୁଏତ ମୁଁ କରିଥିଲି

ପୂର୍ବ ଜନ୍ମରେ ଅନେକ ତପସ୍ୟା

ଅବା ସଞ୍ଚିତ ଥିଲା ମୋର

ସୁକୃତର ଫଳ


ଈଶ୍ଵର ଙ୍କ ପାଖେ ଏତିକି ମୀନତି

ଆମ ଏ ବନ୍ଧୁତ୍ୱ ରହୁ ଅତୁଟ, ଅମଳିନ

ନ ଲାଗୁ କାହାରି ନଜର

ସମ୍ପର୍କରେ ନ ଲାଗୁ ଘୁଣ,

ବନ୍ଧୁ ପଣେ ଲୋଡୁଥାଏ ତୁମକୁ

ମୁଁ ଜନ୍ମ ପରେ ଜନ୍ମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract