STORYMIRROR

Durjyodhan Barik

Inspirational

4  

Durjyodhan Barik

Inspirational

ପଇସା

ପଇସା

1 min
251

ଶୁଣ ଶୁଣ ଭାଇ କହିବା ପଇସା କଥା 

ପଇସା ନଥିଲେ ମନକୁ ଲାଗଇ ବ୍ଯଥା ।


ପଇସା ରହିଲେ ହୋଇଥାଏ ସବୁ କାମ,

ପଇସା ନଥିଲେ ସବୁ ଅଖ ଚକ ଜାମ୍ ।


ପଇସାର ବଡ ଭାଇ ଟଙ୍କା ଯେ ଅଟଇ

ଟଙ୍କା ଥିଲେ ହାତେ କୋଟି ଆଦର ମିଳଇ ।


ମାଆ କରୁଥାଏ କୋଟି ଆଦର ପୁଅକୁ

ବାପା କରେ ପୁଣି ଶତ ପ୍ରଶଂସା ତାହାକୁ


ଭାରିଜା କରଇ ପ୍ରୀତି ସମ୍ଭାଷଣ ରଙ୍ଗେ

ଘର ସ୍ବର୍ଗପୁରୀ ଲାଗେ ପଇସାର ସଙ୍ଗେ ।


ପଇସା ନଥିଲେ ପାଶେ କଥା ବଦଳଇ

ଦୁନିଆ ଯାକର ନିନ୍ଦା ସଦା ମିଳୁଥାଇ।


ସମସ୍ତେ କରନ୍ତି ନିନ୍ଦା ମାତା ନିନ୍ଦା କରେ,

ପତ୍ନୀର ଗାଳିରେ ସ୍ଵାମୀ ଜୀଇଁ ଥାଉଁ ମରେ ।


ଟଙ୍କା ଥିଲେ ରାଜନେତା ଜିତେ ନିର୍ବାଚନ 

ନିର୍ବାଚିତ ହେଲା ପରେ ନିଏ କମିଶନ ।


ଧାଇଁଛ ପଇସା ପଛେ ଶୁଣ ମୋର କଥା,

ମଣିଷ ପଣିଆ ଯିବ ପାଉଥିବ ବ୍ଯଥା ।


ପଇସାର ମୋହ ଠାରୁ ବହୁ ଦୂରେ ରୁହ,

ପ୍ରଭୁ ପାଦେ ଧ୍ଯାନ ରଖି ବଇକୁଣ୍ଠ ପାଅ ।


Rate this content
Log in

Similar oriya poem from Inspirational