STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପିଲାଙ୍କ ହସରେ

ପିଲାଙ୍କ ହସରେ

1 min
264

ପୂରି ଉଠେ ଗୃହ ପିଲାଙ୍କ ଖୁସିରେ

    ପିତୃମାତୃ ଆନନ୍ଦିତ,

ତହିଁ ଆନନ୍ଦିତ ଜେଜେମା ଖୁସିରେ

    ନାହିଁ ଠିକଣା ତାରତ।


ପିଲେ ପରା ଭାଇ ଗୃହର ରତନ

   କିଏ ତୁଳନାରେ ତାର,

ହୀରା ନୀଳାମୋତି ନାହିଁ ମୂଲ୍ୟ କିଛି

   ପିଲା ହସ ଅଳଙ୍କାର।


ଆନନ୍ଦରେ ପୂରେ ପିତୃମାତୃ ହୃଦ

  ପାରିବ ବର୍ଣ୍ଣି ବା କିଏ,

ଦାମ୍ପତ୍ୟ ଜୀବନ ପୂରଣ ଟି ତହିଁ

   ଝିଅ ରତ୍ନ ପାଇ ସିଏ।


ଜେଜେମା ତାର ଜେଜେବାପା ତହିଁ

   ଠିକଣା ଖୁସିର ନାହିଁ,

ନାତୁଣୀ କୁ ଦେଖି ବୃଦ୍ଧା ବୟସକୁ

   ଭୁଲି ଯାଉଛନ୍ତି ତହିଁ।


ଗୋପୁ ଥାନ୍ତି ନିତ୍ୟେ କହୁଥାନ୍ତି ଗୋପ

   ରାଜା ରାଣୀଙ୍କର କଥା,

ଶୁଣି ହସି ଦିଏ ନାତୁଣୀ ଖୁସିରେ

   ଶୁଣି ଜେଜେମାର କଥା।


ହସି ହସି ତାଙ୍କ ନାତୁଣୀ ଟି ପରା

   ନାଚୁ ଦିଏ ଡିଆଁ ମାରି,

ଅପୂର୍ବ ସେ ଦୃଶ୍ୟ ମନ ମୋହୁ ନିଯ

   ଆଇ ନାଚେ ତାଳି ମାରି।


ଝିଅ ପିତୃମାତୃ ଦେଖୁ ଥାନ୍ତି ଦୂରୁ

  ଖୁସିର ଠିକଣା ନାହିଁ,

ନାହିଁ ପ୍ରୟୋଜନ ରତ୍ନ ସିଂହାସନ

  ଝିଅରତ୍ନ ପରା ତହିଁ।


ଲକ୍ଷ୍ମୀ ପୂର୍ଣ୍ଣ ଯହିଁ ଘର ଓ ସଂସାର

  ଝିଅ ଜନ୍ମ ହେଲା ଦିନ,

ଲକ୍ଷ୍ମୀ ସାକ୍ଷାତରେ ଆବିର୍ଭାବ ଗୃହେ

   କଟୁଛି ଖୁସିରେ ଦିନ।


ଗୃହେ ସମଭାବ ପିତୃମାତୃ ସେବା

   ଅତିଥି ସତ୍କାର ଗୃହେ,

ଝିଅ ଲକ୍ଷ୍ମୀରୂପା ଜନମ ହୋଇଛି

   ଖୁସି ଆନନ୍ଦ ଟି ଗୃହେ।


ଯାଉଛି ସ୍କୁଲେ ଝିଅଟି ମୋହର

  କେତେ ଆନନ୍ଦ ଟି ଗୃହେ,

ଶିକ୍ଷା ମାତୃଭାଷା ପଢୁଛି ଝିଅଟି

   ଅଆହକ୍ଷ ଗୁଞ୍ଜେ ଗୃହେ।


ଝିଅଟି ମୋହର ଭକ୍ତି ଜଗନ୍ନାଥେ

   ବାପାଙ୍କ ସଙ୍ଗରେ ନିତି,

ଭକ୍ତି କାଳିଆର ଗୁଞ୍ଜନ ଗୃହରେ

   ମନେ ଦେଉ ଥାଏ ତୃପ୍ତି।


ଝିଅ ଜନ୍ମ ଠାରୁ ଉତ୍ସାହିତ ଗୃହ

   ଖୁସିର ଠିକଣା ନାହିଁ,

କିପରି ବର୍ଣ୍ଣିବି ବାପା ଅଟେ ମୁହିଁ

  ଝିଅକୁ ଦେଖେଟି ଯହିଁ।


Rate this content
Log in

Similar oriya poem from Abstract