Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Inspirational Children

3  

Ranjit Sahu

Inspirational Children

ପିଲାମାନେ

ପିଲାମାନେ

1 min
161


ନୂଆ ପୋଷାକର ସୁଖ ମନେ ପଡେ 

ବିଦାରି ବସିଲେ ସେ ପିଲାଦିନ I 

ହେଉ ଯେଉଁ ପୂଜା ହେଉ ଯେଉଁ ପର୍ବ 

ପିଲାଙ୍କ ବିନା ଥିଲା ରଙ୍ଗହୀନ I 


ପିଲାମାନେ ଥିଲେ ଗାଆଁ ଦାଣ୍ଡ ଭାସେ 

ହସ କୌତୁକ ଆଉ କୋଳାହଳେ 

ପିଲାଙ୍କର ଲାଗି ଜୀବନର ଅର୍ଥ 

ବୟୋବୃଦ୍ଧଙ୍କୁ ଶେଷ କାଳେ ମିଳେ I 


ହେଉ ଯେଉଁ ଯୁଗ ହେଉ ଯେଉଁ ସ୍ଥାନ 

ପିଲାଙ୍କ ମହତ ରହିଛି ସଦା 

ଆଜିର ଯୁବକ ଥିଲେ ଦିନେ ପିଲା  

ଦିନେ ପିଲା ଥିଲେ ଆଜିର ବୃଦ୍ଧା I 


ଥାଉ ଯେତେ ଧନ ମିଳୁ ଯେତେ ଜ୍ଞାନ 

ପିଲାଙ୍କ ବିନା ଅକ୍ଷମ ଜଗତ  

ପିଲାମାନେ ପରା ସମାଜର ଆଶା 

ସଂସାରର ଅଟନ୍ତି ଭବିଷ୍ୟତ I  


ପିଲାମାନେ ଯେବେ ସତ୍ୟ ପଥେ ଥିବେ 

ବଢିବ ଦିନେ ଦେଶର ଗୌରବ 

ପିଲାଙ୍କର ତେଣୁ ଚରିତ୍ରରେ ଭରୁ 

ଦେଶ ଲାଗି ପ୍ରେମ ଜ୍ଞାନ ସୌରଭ I 



Rate this content
Log in

Similar oriya poem from Inspirational