STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ପିଲାମାନେ ଜାଣ କଲମର ଗୁଣ

ପିଲାମାନେ ଜାଣ କଲମର ଗୁଣ

1 min
109


ଯେତେ ଲେଖିଲେ ବି କଲମ କରେନି 

କେତେବେଳେ ରୋଷ

ସାଥି ହୁଏ ଦେହୁ ତାର କାଳୀ ହେବା

ଯାଏଁ ସର୍ବଶେଷ ।


କାଗଜ କଲମ ମଧ୍ୟେ ସର୍ବଦା ଅଛି 

ଖୁବ୍ ନିବିଡ଼ ସମ୍ପର୍କ

କଲମ ଲେଖନୀ ମନୁଷ୍ୟର ସଦା 

ହୁଏ ଆବଶ୍ୟକ ।


ଖଣ୍ଡାଠାରୁ ତୀଖ୍ଣ ପରା ଜାଣ ଅଟେ 

କଲମର ଧାର

କଲମ ବହୁ ପରିବର୍ତ୍ତନ ଆଣିଛି ଏଇ

ସଂସାର ଭିତର ।


ପରିଶ୍ରମ ଓ ବିଦ୍ୟାକୁ ମନେ ରଖିଲେ 

ମନ ଧ୍ୟାନରେ 

କଲମ ଧାରକୁ ରଖିବ ନିଶ୍ଚିତ ନିଜର 

ଅଧୀନରେ ।


ଧନୁରୁ ବାଣ, ମୁଖରୁ ବାଣୀ ଓ ଶରୀରୁ 

ପ୍ରାଣ ପରି

କଲମର ଭାଷା ଥରୁଟିଏ ଚାଲିଗଲେ 

ଆସେନି ଫେରି ।


ଲେଖକ ହୋଇଲେ କେବେ ଗରବ 

ଅଭିମାନ କର ନାହିଁ

ନମ୍ରତା, ଦୟା ଓ କ୍ଷମା ସଦା ମନେ

ରଖ ଭଉଣୀ ଭାଇ ।


ଅହଂକାର ଓ କ୍ରୋଧ ସାହିତ୍ୟିକକୁ 

ଦୁର୍ବଳ କରିଦିଏ

ସତ୍ୟ ଓ କର୍ତ୍ତବ୍ୟ ପଥ ଲେଖକକୁ 

ସବଳ କରାଏ ।


ଲେଖକର ଜ୍ଞ୍ୟାନ ଓ ଦକ୍ଷତା କେହି 

ଚୋରି କରିପାରିବେ ନାହିଁ

ପ୍ରେମ ଓ ଆତ୍ମବିଶ୍ବାସ ରଖିଲେ ସଦା 

ସର୍ବଦା ଉନ୍ନତି ହୁଅଇ ।


ପିଲାମାନେ ଜାଣ କେବେ ନିଜକୁ 

ଛୋଟ ଭାବିବ ନାହିଁ

ଜ୍ଞାନ, ସାହାଯ୍ୟ ଓ କର୍ମପଣଠୁ 

ବନ୍ଧୁ ନାହିଁ ଆଉ କେହି ।



Rate this content
Log in

Similar oriya poem from Inspirational