ପିଲାଦିନ ସ୍ମୃତି
ପିଲାଦିନ ସ୍ମୃତି
ଶୀତ ଆସେ ମିତ ହୋଇ
ଦେହ ମନ ଯାଏ ଛୁଇଁ
ସ୍ମୃତି ହୋଇ ରହିଥାଏ
ଭୁଲିବାର ନୁହେଁ ସେହି ।
ହେଂସ ମଶିଣା ଆନନ୍ଦେ
ପାଶେ ନିଏ କେତେ ଛନ୍ଦେ
ଶଇଶବେ ମାମୁ ଘର
ମନ ଝୁରେ ନିରାନନ୍ଦେ ।
ହୃଦ ଖୋଲା କଥା କେତେ
ଦିଶେ ନାହିଁ ସ୍ବାର୍ଥ ସେଥେ
ଜୀବନର ମୁକ୍ତ ଗୀତି
ରହିଯାଏ ଗତିପଥେ ।
ଭାଇ ଭଗିନୀର ମେଳି
ଚୁଲି ଯେବେ ଉଠେ ଜଳି
ମାଆ ପାଶେ ବସି ଧିରେ
କରୁଥିଲୁ କେତେ କଳି ।
ସଞ୍ଜ ନଇଁ ଗଲା ପରେ
ନୟନରେ ନିଦ୍ରା ଘାରେ
ମାଆ ହସ୍ତେ ଖାଇ ଦେଇ
ଶୋଇଯାଉ ବିଞ୍ଛଣାରେ ।
ମାଆ କୋଳର ଉଷୁମ
ଅଟେ ସ୍ବର୍ଗ ସୁଖ ସମ
ଖୋଜିଲେକି ମିଳେ କାହିଁ
ଥିଲେ ଥାଉ ଯେତେ ହେମ ।