STORYMIRROR

Bijoy Jena

Action Inspirational

4  

Bijoy Jena

Action Inspirational

ପିଲାଦିନ ସ୍କୁଲ ସ୍ମୃତି

ପିଲାଦିନ ସ୍କୁଲ ସ୍ମୃତି

2 mins
404


ମୋ ଜାଣିବାରେ ମୁଁ ଆମ ଗାଆଁ ରେ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଛି। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ମାଇନର ସ୍କୁଲ, ବ୍ରହ୍ମପୁର ରେ ମୁଁ ପାଠ ପଢ଼ିଛ୍ତି। ସେ ସମୟ ଥିଲା ୧୯୬୦ମସିହାର ପୂର୍ବ ସମୟ। ଲୋକଙ୍କ ର ଶିକ୍ଷା ପ୍ରତି ଯାହା ଧାରଣା ଥାଉ ନା କାହିଁକି ତାହା ଏଠାରେ ଆଲୋଚନା କରିବାକୁ ଚାହୁଁ ନାହିଁ। କିନ୍ତୁ ଗୋଟିଏ କଥା କହି ରଖିଛି ଯେ ଆମ ଗ୍ରାମର ମୂରବୀ ମାନେ ସମସ୍ତ ପୁଅ ଓ ଝିଅ ଙ୍କ ପାଇଁ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିବାକୁ ଏକ ବାଧ୍ୟତାମୂଳକ ଥିଲା। ଶିକ୍ଷକ ମାନଙ୍କ ପ୍ରତି ସେମାନେ ବଡ ସଚେତନ ରହି ସେମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରୁଥିଲେ। ମୋ ଗାଆଁ ର ଲୋକେ କେବେ ପୂଜ୍ୟ ପୂଜାର ବ୍ୟତିକ୍ରମ କରି ନାହାନ୍ତି। ସେତେବେଳେ ଆମ ଗାଆଁ ସମଗ୍ର ପାରିକୁଦ ରେ ଏହି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କଥା ସମସ୍ତେ ଜାଣନ୍ତି।


      ପ୍ରଥମେ ସିଲଟ ରେ ଖଡିଛୁଆଁ ହେଲା। ଚାଟଶାଳୀ ପାଠର ସମୟ। ଚାଟ ଶାଳୀ ର ଗୁରୁ ମାନଙ୍କୁ ଅବଧାନ କୁହାଯାଏ। ଗୁରୁ ଙ୍କର ନାମ ମୋର ମନେ ନାହିଁ। ସେ ପ୍ରଥମେ ସିଲଟ ରେ ଗୋଟିଏ ୦ ବା ଶୂନ୍ ଲେଖି ସେଥିରେ ମୋ ହାତରେ ତାର ଚାରି ପାଖ ବୁଲାଇ ମୋର ବିଦ୍ୟା ଆରମ୍ଭ କରି ଥିଲେ। ଏହିପରି ଭାବେ ମୋର ଚାଟଶାଳୀ ପାଠ ଆରମ୍ଭ ହୋଇ ଥିଲା। ଆମେ ସବୁ ପିଲାମାନେ ଏକତ୍ର ବଡ ପାଟିରେ ଗାଉ _ ନଈ ପାଣି ନଈକୁ ଯାଆ, ମୋ ସିଲଟ ଶୁଖି ଯାଆ।


     ତାପରେ ଆସେ ପ୍ରଥମ ଶ୍ରେଣୀ, ଏହିପରି ଭାବରେ ମୁଁ ଗୋଟିଏ ଶ୍ରେଣୀ ପାର ହୋଇ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଛି। ଶିକ୍ଷକ ମାନଙ୍କ ପ୍ରତି ଆମର ଭୟ ଓ ଭକ୍ତି ଥିଲା। ସେମାନେ ମୋ ଭଳି ବହୁ ଛାତ୍ର ଛାତ୍ରୀ ଙ୍କ ର ଚରିତ୍ର ଗଠନ କରି ଛନ୍ତି। ମୋ ପାଠ ପଢା ସମୟର ଶିକ୍ଷକ ମାନଙ୍କ ମଧ୍ୟରୁ ଅନେକ ମରିହଜି ଗଲେଣି। କିନ୍ତୁ ସେମାନଙ୍କ ଦାନ ଆମ ପାଇଁ ଅଭୁଲା ହୋଇ ରହିବ।


    ଆମେ ପିଲାମାନେ ଏକାଠି ବସି ପାଠ ପଢୁ। ଭାଇ ଓ ଭଉଣୀ ଭାବେ ଶିକ୍ଷକ ଙ୍କ ଆଦେଶ ମାନୁ। ଶୃଙ୍ଖଳା ଶିଖୁ ଓ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ପ୍ରେରଣା ପାଇ। ଯେଉଁ ପିଲା ପାଠରେ ଟିକେ ଦୁର୍ବଳ, ଆମ ଶିକ୍ଷକ ମାନେ ବିରକ୍ତ ନ ହୋଇ ସ୍ନେହ ଓ ଶ୍ରଦ୍ଧାରେ ପଢନ୍ତି। ତାଙ୍କ ଦ୍ଵାରା ମୋର ପରବର୍ତ୍ତୀ ଜୀବନ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଗୋଟିଏ କଥା ଆମେ ଶିଖି ଥିଲୁ, ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ଵର।


    ପରବର୍ତ୍ତୀ ସମୟରେ ମୁଁ ଅଧ୍ୟାପନା ବୃତିକୁ ଚୟନ କରି ମୋ ପିଲାଦିନର ଶିକ୍ଷକ ମାନଙ୍କ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରିଛି।



Rate this content
Log in

Similar oriya poem from Action