STORYMIRROR

Banabihari Mishra

Abstract

3  

Banabihari Mishra

Abstract

ପିଇଥିଲି ଥରେ ପଣା

ପିଇଥିଲି ଥରେ ପଣା

1 min
225

ଆଜି ମୋତେ କାହିଁକି ଯେ 

         ଏମିତି ଲାଗଇ

ଶରୀରଟା ଯେମିତି ମୋ 

       ଆୟତ୍ତରେ ନାହିଁ ।

ଯାହା ସବୁ କରିବାକୁ 

        ଇଚ୍ଛା ମୁଁ କରୁଛି

ମୋ ଅଙ୍ଗପ୍ରତ୍ୟଙ୍ଗ ସତେ 

       ବାରଣ କରୁଛି ।

ଯାହା କିଛି କହିବାକୁ 

       ମନ ମୋ ଚାହୁଁଛି 

ଶବଦ ସତେ ମୋ ପାଇଁ 

       ବାଟକୁ ଭୁଲିଛି।

ସବୁକିଛି ଆଜି ଝାପ୍ସା-

       ଝାପ୍ସା ଦିଶୁଅଛି

ଯାହାକିଛି ଦେଖେ ଦୁଇ

      ଦୁଇଟା ଲାଗୁଛି।

ଯେତେ ଚେଷ୍ଟା କଲେ 

    ବି ତ ନିଦ ନ ଆସୁଛି 

ମୋ ଆଖିରେ ଦୁନିଆଁଟା 

      ଭଉଁରୀ ଖେଳୁଛି।

ମନଟା ଯେମିତି ଆଜି 

      ଆକାଶେ ଉଡୁଛି

ସାତରଙ୍ଗ ସପନର 

    ନୌକାରେ ଭାସୁଛି।

ଡାକିଲି ମୁଁ ବିକଳରେ 

       ଘରେ ସମସ୍ତଙ୍କୁ 

ଆତୁରେ କହିଲି ଧରି

    ରଖ ମୋ ଦେହକୁ ।

ଦେଖିଲି ହସନ୍ତି ସବୁ 

      ଖିଲିଖିଲି ହୋଇ

ତାଙ୍କ ହସ ଦେଖି ମନେ 

     ରାଗ ମୋ ଆସଇ।

ପଚାରିଲା ମା' ମୋତେ 

      କେଣେ ଯାଇଥିଲୁ

କୋଉ ଡାଙ୍କୁଣୀଖିଆଠୁ 

      କିସ ତୁ ଖାଇଲୁ।

ଭାଗ୍ୟ ଭଲ ଏତେବେଳେ 

      ମନେ ପକାଇଲି

ସଞ୍ଜବେଳେ ସାଙ୍ଗମେଳେ

      ଭାଙ୍ଗ ପିଇଥିଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract