STORYMIRROR

Balaram Barik

Classics

3  

Balaram Barik

Classics

ପିଆଜ

ପିଆଜ

1 min
66


ପିଆଜ ଅଟେ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ।

ଭଲ ମସଲା ଭାବେ ମଧ୍ୟ ଅଟଇ ପ୍ରସିଦ୍ଧ।


ଖାଦ୍ୟସାର ଯେତେ ଏହା ମୂଳରେ ହିଁ ଅଛି।

ପିଆଜ ଶଣ୍ଢା ଖାଇଲେ ମୋତେ ମଜା ଲାଗୁଛି।


ଔଷଧୀୟ ଗୁଣ ସବୁ ରହିଅଛି ଏହାଠି ଭରି ।

ବଖାଣିଲେ ଦିନରାତି ସରିବନି ମହିମା ତାହାରି।


ଯକ୍ଷ୍ମା,ଟାଇଫଏଡ଼,ମଧୁମୟ ଆନ୍ତରିକ କ୍ଷତ।

ଥଣ୍ଡା-କାଶ ,ସର୍ଦ୍ଦି ପଥୁରୀ, ଆଣ୍ଠୁ-ଗଣ୍ଠି ବାତ ।


ସବୁଥିରେ ପ୍ରୟୋଗ କଲେ ମିଳଇ ଆରାମ।

ଦୂରହୁଏ ସକଳ ରୋଗ ଦୁର୍ଲଭ ଏହା କାମ।


ଚନ୍ଦା ମୁଣ୍ଡେ କଞ୍ଚା ପିଆଜ ଘର୍ଷଣ ଯେ କଲା 

ବୁଦା ବୁଦା ହୋଇ ତା ମୁଣ୍ଡେ ବାଳ ବଢିଗଲା।


ଅତି ଉତ୍ତେଜକ ପୁଣି ଏ ପିଆଜ ଅଟଇ।

ଭୁଞ୍ଜିଲେ ଅଧିକ ମଣିଷ ତାମସିକ ହୁଅଇ।


ଯେତେ ଯାହା ପଡି ଥାଉ ଚଟପଟା ଖାଦ୍ୟରେ

ପିଆଜ ନପଡିଲେ ଟିକେ ମଜା ଆସେ ନାହିଁରେ।


ପିଆଜ ହସାଏ ଦେଶେ ପୁଣି ପିଆଜ କନ୍ଦାଏ।

ଭାଉ ବଢିଲେ ପିଆଜର ସରକାର ଗଡିଯାଏ।


ଗରିବ ପଖାଳ ନଈରେ ତା ପାଖୁଡା ଅଟେ ଡଙ୍ଗା।

ତାକୁ ଖାଇ ବୈକୁଣ୍ଠ ଲଭଈ ହୁଏ ପୁଣି ଚେଙ୍ଗା।


ଧନ୍ୟ ତୁହି ଲୋ ପିଆଜ ଧନ୍ୟ ତୋର କରାମତି।

ପିଆଜି ପକୁଡିର ରହୁ ଯୁଗେ ଯୁଗେ ଯଶ ଖ୍ୟାତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics