STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

ଫୁଟିଲା ଫୁଲ

ଫୁଟିଲା ଫୁଲ

1 min
149

ଫୁଟିଲା ଫୁଲ ତୁ ମନ ମୋହିନେଉ

ମହକାଇ ବାସ ତୋର ,

ନିଜେ ହସି ପୁଣି ଅନ୍ଯକୁ ହସାଉ

ମହତ୍ କାମ ତୋହର

ପରଜାପତିଟି ମନ ହରଷରେ

ତୋର ମଧୁ ପାନ କରେ,

ମଧୁ ପାନ ସାରି ହରଷ ମନରେ

ଆନ ଫୁଲରେ ବିହରେ

ତୋ ପାଖରେ ନାହିଁ ପର ଆପଣାର

ଭେଦଭାବ ପୁଣି ଯେତେ,

ପରକୁ ବିତରି ଜୀବନ କଳିକା

ମହାନ ବୋଲାଉ ସତେ

ପ୍ରକୃତି ରାଣୀର ସମସ୍ତ ରଙ୍ଗକୁ

ତୋ ଦେହେ ଦେଇଛୁ ବୋଳି,

ଗର୍ବ ଅହଂକାର ମନେ ନାହିଁ ତୋର

କେବେ କରିନାହୁଁ କଳି

ଫଗୁଣ ଆସିଲେ ପୁଲକିତ ହୋଇ

ଷହେଉଥାଉ ମୋହ ଭଙ୍ଗ ,

ତା ପ୍ରୀତି ପରଶ ତୋ ଦେହେ ବାଜିଲେ

ବଦଳି ଯାଏ ତୋ ରଙ୍ଗ

ଦେବତା ଗଳାରେ ମାଳ ସାଜୁ ପୁଣି

କେବେ ତୁ ଗଳାରେ ସାଜୁ,

ମୃତ୍ଯୁ ସମୟରେ ସାଥେ ଥାଉ ପୁଣି

ହୃଦୟେ ଆମ ବିରାଜୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract