ଫୁରସତରେ ସ୍ମୃତି
ଫୁରସତରେ ସ୍ମୃତି
ଯେବେ ଫୁରୁସତ୍ ରେ ଚାହେଁ
ଝରକା ସେ ପାଖେ
ଆଜି ବି ତୁମ ସହ ସ୍ମୃତି ବର୍ଷା
ମୋ ଲୁହଭିଜା ଆଖି ଦେଖେ
ନିତି ଭାବି ବଞ୍ଚେ ହାଏ
କାଲି ର ଜୀବନ ଆଜି ତା ଅତୀତ
କଳ୍ପନା ରାଇଜେ ଘୁରି ବୁଲୁଥାଏ
ଅବୁଝା ଏ ମନ ଭାବି ନିଏ ସତ!!
ପାଦ ଟଳମଳ ଚୋରା ବାଲି ପରେ
ଝର୍କା ଏ ହୃଦୟ ସାଇତିଛି ସ୍ମୃତି ଧାରେ
ଦି ପାଦ ଆଗେଇ ନିସଙ୍ଗ ବିଜନ ରେ
ଇଚ୍ଛାହୁଏ ଧାଇଁ ଯାଇ ସାଉଣ୍ଟିବି ଆଞ୍ଜୁଳାରେ