STORYMIRROR

SARATA KUMAR DAS

Abstract

3  

SARATA KUMAR DAS

Abstract

ଫୁଲଟିଏ ହେବି ମୁଁ ଯେ

ଫୁଲଟିଏ ହେବି ମୁଁ ଯେ

1 min
185


ଫୁଲଟିଏ ହେବି ମୁଁ ଯେ

       ଫୁଲଟିଏ ହେବି

ମହକରେ ଜଗତକୁ

       ମହକାଇ ଦେବି

       ମୁଁ ମହକାଇ ଦେବି


କୋମଳ ପରଶ ଦେବି

       ସବୁରି ହୃଦରେ

ମଧୁର ଭାଷାରେ ମୁଁ ଯେ

      ମୋହିବି ମନରେ

      ମୁଁ ମୋହିବି ମନରେ


ଝୁଲୁଥିବି ପବନରେ

      ହୋଇ ହସ ହସ

ସ୍ନେହ ଶ୍ରଦ୍ଧା ମମତାରେ

      କରିବି ବିଶ୍ବାସ  

     ମୁଁ କରିବି ବିଶ୍ବାସ


ଫୁଟୁଥିବି ନିତି ପ୍ରତି

     ଛୋଟ ବଗିଚାରେ 

ପରକୁ ଆପଣା ଭାବି

     ଗାଇବି ଗୀତରେ 

     ମୁଁ ଗାଇବି ଗୀତରେ


ରାଗ ହିଂସା ରଖିବିନି

     କେବେ ବି ମନରେ

ବାଣ୍ଟୁଥିବି ମହକ ମୁଁ 

     ଏ ପୁଣ୍ୟ ମାଟିରେ

     ମୁଁ ଏ ପୁଣ୍ୟ ମାଟିରେ


ସକାଳରୁ ସଞ୍ଜ ପୁଣି

       ରାତିର ଅନ୍ଧାରେ

ଜଳୁଥିବି ଦିକି ଦିକି

      ଦୀପଟି ହୋଇରେ

      ମୁଁ ଦୀପଟି ହୋଇରେ 


ଦୁଃଖ ସୁଖ ଯେତେ ସବୁ

          କରିବି ନିଜର

ଜଗତ ମଙ୍ଗଳ ପାଇଁ 

         ହେବିନି କାତର

         ମୁଁ ହେବିନି କାତର


ସୁନ୍ଦର ଶରୀର ମୋର

        କଅଁଳ ଭାବନା

ଯେତେ ସବୁ କୋମଳତା

        ଛୁଇଁବ ଚେତନା

        ମୋ ଛୁଇଁବ ଚେତନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract