ଫୁଲଟିଏ ହେବି ମୁଁ ଯେ
ଫୁଲଟିଏ ହେବି ମୁଁ ଯେ
ଫୁଲଟିଏ ହେବି ମୁଁ ଯେ
ଫୁଲଟିଏ ହେବି
ମହକରେ ଜଗତକୁ
ମହକାଇ ଦେବି
ମୁଁ ମହକାଇ ଦେବି
କୋମଳ ପରଶ ଦେବି
ସବୁରି ହୃଦରେ
ମଧୁର ଭାଷାରେ ମୁଁ ଯେ
ମୋହିବି ମନରେ
ମୁଁ ମୋହିବି ମନରେ
ଝୁଲୁଥିବି ପବନରେ
ହୋଇ ହସ ହସ
ସ୍ନେହ ଶ୍ରଦ୍ଧା ମମତାରେ
କରିବି ବିଶ୍ବାସ
ମୁଁ କରିବି ବିଶ୍ବାସ
ଫୁଟୁଥିବି ନିତି ପ୍ରତି
ଛୋଟ ବଗିଚାରେ
ପରକୁ ଆପଣା ଭାବି
ଗାଇବି ଗୀତରେ
ମୁଁ ଗାଇବି ଗୀତରେ
ରାଗ ହିଂସା ରଖିବିନି
କେବେ ବି ମନରେ
ବାଣ୍ଟୁଥିବି ମହକ ମୁଁ
ଏ ପୁଣ୍ୟ ମାଟିରେ
ମୁଁ ଏ ପୁଣ୍ୟ ମାଟିରେ
ସକାଳରୁ ସଞ୍ଜ ପୁଣି
ରାତିର ଅନ୍ଧାରେ
ଜଳୁଥିବି ଦିକି ଦିକି
ଦୀପଟି ହୋଇରେ
ମୁଁ ଦୀପଟି ହୋଇରେ
ଦୁଃଖ ସୁଖ ଯେତେ ସବୁ
କରିବି ନିଜର
ଜଗତ ମଙ୍ଗଳ ପାଇଁ
ହେବିନି କାତର
ମୁଁ ହେବିନି କାତର
ସୁନ୍ଦର ଶରୀର ମୋର
କଅଁଳ ଭାବନା
ଯେତେ ସବୁ କୋମଳତା
ଛୁଇଁବ ଚେତନା
ମୋ ଛୁଇଁବ ଚେତନା
