STORYMIRROR

Sanskruti Mohanty

Abstract

2  

Sanskruti Mohanty

Abstract

ଫୁଲେଇ ପ୍ରିୟା

ଫୁଲେଇ ପ୍ରିୟା

1 min
96

ଝାଉଁ ବଣ ଫାଙ୍କୁ ପୁନେଇଁ ଜହ୍ନଟା,

ହସୁଥିଲା ଯେତେ ଯେତେ,

ମନ ଆକାଶରେ ତୁମ କଥା,

ମୋର ମନେ ପଡୁଥିଲା ସେତେ

ଆଖିର ନଈରେ ଭାସି ଉଠୁଥିଲା,

ତୁମରି ମୁହଁର ଛବି,

ଖୋଲି ଯାଉଥିଲା ସପନର ପେଡି,

ତୁମ କଥା ଭାବି ଭାବି

ଲେଖୁଥିଲି କେତେ ଗପ ଯେ କବିତା,

ଖାସ୍ ତୁମରି ପାଇଁ,

ବଂଶୀର ସ୍ୱନରେ ଶୁଭୁଥିଲା ପୁଣି,

ତୁମ ନାମ ରହି ରହି

ତୁମରି ପାଦର ପାଉଁଜୀର ସ୍ୱର,

ନିଦ ମୋ ନେଲା ଚୋରେଇ,

କଳ୍ପନାରେ ତୁମ ଛବି ଆଙ୍କୁ ଆଙ୍କୁ,

ରାତି ଗଲା ମୋର ପାହି

ମନେ ପଡୁଅଛି ତୁମ ମିଠା କଥା,

ତୁମ ରାଗ ଅଭିମାନ,

ଫୁଲେଇ ପ୍ରିୟା ମୋ ଲାଜୁଆ ହସରେ,

କିଣିଥିଲ ମୋର ମନ

ପ୍ରଥମ ଦେଖାରେ ଭଲ ପାଇଗଲି,

ଲାଗିଲ ତୁମେ ନିଜର,

ହୃଦୟରେ ମୋର କରିଦେଲ ଘର,

ହେଇଗଲ ତୁମେ ମୋର

ପ୍ରଥମ ପ୍ରେମର ଗୋଲାପୀ ରଙ୍ଗରେ,

ରଙ୍ଗେଇଲ ତୁମେ ମୋତେ,

କେମିତି କହିବି ପ୍ରିୟା ମୁଁ ତୁମକୁ,

ଭଲ ପାଉଅଛି କେତେ

ତୁମ ବିନା ଆଉ ଗୋଟିଏ ମୁହୂର୍ତ୍ତ,

ପାରୁନାହିଁ ମୁଁ ଯେ ରହି,

ଏଇ ଫଗୁଣରେ ଆସିବକି ପ୍ରିୟା,

ମୋ ଘରକୁ ବୋହୁ ହେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract