STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଫୁଲେଇ ଫଗୁଣ ରେ କବି

ଫୁଲେଇ ଫଗୁଣ ରେ କବି

1 min
160

କାହିଁ କବି ମିଛେ ଆଇନା ଦେଖାଅ

ଧରମକୁ ଆଖି ଠାର

ମାରୁଛ କହୁଛ ଫୁଲେଇ ଫଗୁଣ

ବୁଣଇ ରଙ୍ଗ ଅବିର


ମୋ ସହର ଆଜି ଜଳୁଛି ଅଜଣା

ବାଡାବାଗ୍ନି ଅବା ଜଳେ

କୋଇଲି ତ ସ୍ଵପ୍ନ ଘରଚଟିଆ ବି

ରାବେନ ଏଠି ସକାଳେ


ବଣ,ଜଙ୍ଗଲ ତ ପାଦପ ବିହିନ

ମଳୟ ବହିବ କାହୁଁ

ବସନ୍ତ କେମିତି ଆସଇ କବି ହେ

ଦିନ ଯାଏ ଚାହୁଁ ଚାହୁଁ


କୋଇଲି ଗାଉନି ଭ୍ରମର ବାଉନି

ନାହିଁ ମଳ଼ୟ ଲହର

ନିରିହ ରକତେ ପ୍ରକୃତି ରଙ୍ଗିଲା

କାହିଁ ସେ ବସନ୍ତ କାଳ


କେଉଁ ଫଗୁଣର କେଉଁ ବସନ୍ତ ରଳ

କଥା ଏଠି ତୁମେ କୁହ

କାଳି ଦାସ, ଭଞ୍ଜ କହିଥିଲେ ଯାହା

ସେ ଉପମା କିଆଁ ଦିଅ


ବାସ୍ତବରେ ଆଜି ସୂର୍ଯ୍ୟ,ବିର୍ଯ୍ୟ,ହୀନ

ଚନ୍ଦ୍ରମା ସୁଧା ବିନା

ମେଘ ରସ ହୀନ ବଞ୍ଜର ପୃଥିବୀ

ବିପର୍ଯୟ ଘଟେ ସିନା


ତଥାପି କବି ହେ ତୁମ କୁହା ମନେ 

ଆଶାର ଆଲୋକ ଜାଗେ

ଆସୁ ସେ ବସନ୍ତ ଫୁଲେଇ ଫଗୁଣ

ଏ ଜୀବନ ଅସ୍ତରାଗେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract