ଫୁଲଦୋଳ ଯାତରା
ଫୁଲଦୋଳ ଯାତରା
ଶୁଭନାରାୟଣ ଶତପଥୀ
ଆସରେ ପିଲାଏ ହୋଇଲା ବେଳ
ଯାତ୍ରା ଦେଖି ଯିବା ସେ ଫୁଲଦୋଳ ।
ଫୁଲ ଝୁଲଣ ଓ କୁଞ୍ଜକାନନ
ବସନ୍ତି ସେଠାରେ ଗୋପ ନନ୍ଦନ ।
ଗୋପନନ୍ଦନ ସେ ଶ୍ରୀ ଗୋପିନାଥ
ବସି ଦେଖୁଥାନ୍ତି ମହାଭାରତ ।
ମଳୟ ପବନ ଓ ବସନ୍ତ ରାସ
ଆହା କି ସୁନ୍ଦର ସେ ପରିବେଶ ।
ବସନ୍ତ ଋତୁର ଏଇ ପରଶ
ମନେ ଆଣିଥାଏ ଅତି ହରଷ ।
ତା’ସାଥେ ସେଠାରେ ମୀନାବଜାର
ମେଳା ସହ ଭରା ଦୋକାନ ଘର ।
ଡାକବାଜି , ପେଁ କାଳି ଶଦ୍ଦରେ
ମନ ଉତ୍ଫୁଲିତ ଭିଡ ଭିତରେ ।
ଜେ ଜେ , ଅଜା ଗୁରୁଜନଙ୍କ ସାଥେ
କୁନାକୁନି ଯାନ୍ତି ତାଙ୍କ ପଛେ ପଛେ ।
କେବେ କାନ୍ଧରେ ତ କେବେ କାଖରେ
ଯାତ୍ରା ଦେଖୁଥାନ୍ତି ଆନନ୍ଦ ଭରେ ।
ମନଭରି ଯାତ୍ରା ଦେଖିବା ପରେ
ଘରକୁ ଫେରନ୍ତି ଅତିଖୁସିରେ ।
ମନୁ ନ ଲିଭଇ ଫୁଲଦୋଳ ଯାତରା
ବରଷକୁ ବର୍ଷ ଆସଇ ପରା ।
କୁନାକୁନି ବସି ହୁଅନ୍ତି କଥା
ଆସନ୍ତା ବର୍ଷକୁ ମନେରଖିଥା ।