STORYMIRROR

Biswanath Nayak

Abstract

2  

Biswanath Nayak

Abstract

ଫୁଲ ------

ଫୁଲ ------

1 min
284

ଫୁଲ

ବଗିଚାରେ ହସେ ନାନା ଜାତି ଫୁଲ

ପାଇ ମାଳୀର ପରଶ,

ମନ ହୋଇଯାଏ ଫୁଲଠୁ ହାଲୁକା

ଦେଖିଲେ ଫୁଲର ହସ

ମନ୍ଦିରକୁ ଯାଇ କେତେବେଳେ ଫୁଲ

ମଣ୍ଡେ ଦେବତାଙ୍କ ଶିର,

ମଧୁଶାଳା ପୁରେ କେତେବେଳେ ସାଜେ

ପ୍ରେୟସୀ ଗଭାର ହାର

କେତେବେଳେ ସିଏ ସଙ୍ଖୋଳେ ବନ୍ଧୁଙ୍କୁ

ସାଜି ଫୁଲ ତୋଡାଟିଏ,

ଶବାଧାରେ ସାଜି କେତେବେଳେ ସିଏ

ମଶାଣିଭୁଇଁକୁ ଯାଏ

ହେଉ ସେ ମଶାଣି ହେଉ ବା ମନ୍ଦିର

ହେଉ ମଧୁଶାଳାପୁର,

ମାଳୀର ଇଚ୍ଛାରେ ଯାଏ ସେ ନରଖି

ନିଜ ମନେ ଅହଙ୍କାର

ହରଷ ବିଷାଦେ ନୋହି ବିଚଳିତ

କରେ କର୍ତ୍ତବ୍ୟ ତାହାର,

ତେଣୁ ନିରନ୍ତର ପ୍ରଭୁଙ୍କ ଗଳାରେ

ସାଜେ ହୋଇ ଫୁଲହାର

ସଂସାର ଉଦ୍ୟାନେ ପ୍ରଭୁଙ୍କ ପରଶେ

ଆମେ ସବୁ ଫୁଲ ହୋଇ,

ଫୁଟିଅଛେ ଏଠି ସାରା ଦୁନିଆକୁ

ହସି ହସାଇବା ପାଇଁ

ବିଶ୍ଵର କଲ୍ୟାଣେ ଯେଉଁ କର୍ତ୍ତବ୍ୟ ଟି

ମିଳେ ପ୍ରଭୁଙ୍କ ଇଚ୍ଛାରେ,

ସୁଖ ଓ ଦୁଃଖରେ ନୋହି ବିଚଳିତ

କରିବା ତା ଆଦରରେ

ଛାଡ଼ି ଅହଙ୍କାର ସମର୍ପିତ ଭାବେ

କଲେ କର୍ତ୍ତବ୍ୟ ନିଜର,

ଫୁଲପରି ନିଶ୍ଚେ ମଣିଷ ସାଜିବ

ପ୍ରଭୁଙ୍କ ଗଳାର ହାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract