Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Romance Action Inspirational

4  

Debabrata Mishra

Romance Action Inspirational

ଫୁଲ ଲୋ ହସୁଥିବୁ ସଦା

ଫୁଲ ଲୋ ହସୁଥିବୁ ସଦା

1 min
5



ଫୁଲ ଲୋ ହସୁଥିବୁ ସଦା

ତୁ ହସୁଥିଲେ

ହସୁଥିବ ମୋର ହୃଦୟର ବୀଣା

ହସୁଥିବ ମୋର ଆତ୍ମାର ଆକାଶ

ହସୁଥିବ ମୋର ମନର ଅଗଣା

ହସୁଥିବ ନୟନ ମୋ' ଦିଶୁଥିବ ପିୟୁଷ,


ଫୁଲ ଲୋ ହସୁଥିବୁ ସଦା

ତୁ ହସୁଥିଲେ

ସୃଷ୍ଟି ହେବ ମୋ' ସୁଖର ନୁଆ ରାଜପଥ

ସୃଷ୍ଟି ହେବ ସମ୍ଭାବନାର ଶକ୍ତ ଅଶ୍ୱରଥ 

ସୃଷ୍ଟି ହେବ ମୋ' ଜୀବନେ ଅଗ୍ନିର ଉତ୍ସାହ 

ସୃଷ୍ଟି ହେବ ଜିଇଁବାର ପରମ ଅର୍ଥପୂର୍ଣ୍ଣ ତୀର୍ଥ,


ଫୁଲ ଲୋ ହସୁଥିବୁ ସଦା

ତୁ ହସୁଥିଲେ

ଲିଭିଯିବ ମୋ' ବିଷାଦର ରଙ୍ଗ ଓ ଚିତ୍ର

ଲିଭିଯିବ ଲୁହ ଉଷ୍ମତାରେ ଲେଖା ଦୁଃଖଚରିତ୍ର

ଲିଭିଯିବ ମୋ' ହାରିବାପଣର ଉତ୍ସ ଓ ତତ୍ତ୍ଵ

ଲିଭିଯିବ ବିଜୟର ବାଧାବିଘ୍ନ ସର୍ବତ୍ର,


ଫୁଲ ଲୋ ହସୁଥିବୁ ସଦା

ତୁ ହସୁଥିଲେ

ରଚିବି ମୁଁ ହସର ଅମୂଲ୍ୟ ଉପନ୍ୟାସ

ରଚିବି କବିତାର ପ୍ରାଣ ନିଃଶ୍ୱାସ-ପ୍ରଶ୍ୱାସ

ରଚିବି ପ୍ରକୃତିର ସୁବର୍ଣ୍ଣ ଶ୍ରେଷ୍ଠ ବୈଭବ

ରଚିବି ପ୍ରୀତିର ପବିତ୍ର ଅମ୍ଳାନ ବିଶ୍ୱାସ।



Rate this content
Log in

Similar oriya poem from Romance