STORYMIRROR

nirmal nayak

Romance

3  

nirmal nayak

Romance

ତୁ

ତୁ

1 min
412

ତୁ

ମୋ ପରୀକ୍ଷାର ଉତ୍ତର

ମୋ ହିସାବ ଜୀବନର

ମୋ ସପନ ସୁନ୍ଦର ସ୍ମୃତିର

ମୋ ରଙ୍ଗୋଲି ଫଗୁଣର ।

ତୁ

ମୋ ପ୍ରଜାପତି ବଗିଚାର

ମୋ ଇନ୍ଦ୍ରଧନୁ ଦିଗବଳୟର

ମୋ ଆରତୀ ମନ ମନ୍ଦିରର

ମୋ ରକ୍ତ ଶିରା ପ୍ରଶିରାର ।

ତୁ

ମୋ ସକାଳର ସୁନେଲି ଆଭା

ମୋ ସନ୍ଧ୍ୟା ର ଅରୁଣ ର ବିଭା

ମୋ ସବୁ ବେମାର ର ପଥି

ମୋ ସୁଖ ଦୁଃଖ ର ଚି଼ର ସାଥି  ।

ତୁ

ମୋ ଅନ୍ଧ ରାତ୍ରୀ ର ସୁରୁଜ

ମୋ ଭାଗ୍ୟନଭେ ମୁରୁଜ

ମୋ ଭୁତ, ଭବିଷ୍ୟତ ଆଜ

ମୋ ଜୀବନ ରଙ୍ଗଶାଳା ସାଜ ।

ତୁ

ମୋ ଜୀବନର ଶେଷ ସୀମା

ମୋ ମନ ମରୁରେ ସବୁଜିମା

ମୋ ମାନଚିତ୍ରର ନବ ଦ୍ରାଘିମା

ମୋ ମନ ଅଗଣାର ମନୋରମା ।

ତୁ

ମୋ ମନ ମନ୍ଦିରର ପୂଜାର୍ଚ୍ଚନା

ମୋ ସାଥି,ସହଗାମୀ ପ୍ରିୟତମା

ମୋ ପଥପ୍ରଦର୍ଶିକା ଅନୁପମା

ମୋ ସହଯାତ୍ରୀ ପ୍ରିୟା ସର୍ବୋତମା ।


Rate this content
Log in

More oriya poem from nirmal nayak

Similar oriya poem from Romance