ଲୁହ
ଲୁହ
ଭଲପାଇ ଥିଲି ବୋଲି...
ଭୁଲେଇଦେଲୁ ଦେଲୁ...
ମତେ ଭୁଲେଇ ଦେଲୁ....
ଲୁହ ଦେଇଥିଲୁ...
କୋହ ଦେଇଥିଲୁ...
ସବୁଦେଇ କିଆଁ ଦୂରେଇଗଲୁ....
ଭଲପାଇ ମୋତେ ଭୁଲେଇଦେଲୁ !!
ତୋ ମିଠା ମିଠା କଥା..
ତୋ ଦେଖିବାର ନିଶା..
ଆଶା ଦେଇଥିଲୁ..
ଭାଷା ଦେଇଥିଲୁ..
ରାଣ ଦେଇ କଥା ନ ରଖିଲୁ..
ଭଲପାଇ ମୋତେ ଭୁଲେଇଦେଲୁ !!
ତୋ କାଉଁରୀ ଚାହାଣୀ...
କହୁଥିଲା ତୋ କାହାଣୀ..
ସପନ ଦେଲୁ..
ଭାବନା ଦେଲୁ..
ଆଖିରେ ଆଖିଏ ଲୁହ ଦେଇଗଲୁ..
ଭଲପାଇ ମୋତେ ଭୁଲେଇଦେଲୁ !!
ଚାହିଁ ବସିଛି ତୋ ରାହା...
ତୋତେ ଜଗା ହେଉ ସାହା..
ତୁ ଭଲରେ ଥିବୁ..
ତୁ ସୁଖରେ ଥିବୁ...
ମୋତେ କିଆଁ ଭୁଲି ରହିଗଲୁ..
ଭଲପାଇ ମୋତେ ଭୁଲେଇଦେଲୁ !!
ନିଜଠୁ ନିଜର କଲି...
ଅପଣଙ୍କଠୁଁ ଦୂର ହେଲି...
ନିଶାରେ ଜାଗିଲି...
ନିଶା ମୁଁ ଛାଡ଼ିଲି..
ଅମଣିଷ କୁ କିଆଁ ମଣିଷ କଲୁ..
ଭଲପାଇ ମୋତେ ଭୁଲେଇଦେଲୁ !!
