କଣ କହିବି ?
କଣ କହିବି ?
ମୁଖ ଥାଇ ମୁକ ହେଲି...
କର୍ଣ ଥାଇ କାଲ ହେଲି...
ଆଖି ଥାଇ ଅନ୍ଧ ହେଲି...
ପାଦ ଥାଇ ପଙ୍ଗୁ ହେଲି !!
ମୁଁ ଭାବୁଛି କଣ ଥିଲି..
ଆଜି ମୁଁ କିପରି ହେଲି..
ସବୁ ଜାଣି ମୂର୍ଖ ହେଲି..
ଜ୍ଞାନୀରୁ ଅଜ୍ଞାନୀ ହେଲି !!
ଯାହା ପାଇଁ ଯାହା କଲି..
କର୍ମରେ ନିନ୍ଦା ଲଭିଲି...
କର୍ତ୍ତବ୍ୟ ଧର୍ମ ଜାଣିଲି...
ମୁଁ ଅପଯଶ ପାଇଲି !!
ମୁଁ ଭାବେ କଣ କହିବି..
ଚୁପ ନ ଶୁଣିବ ଭାବି...
ସାକ୍ଷୀ ତାରା ଚନ୍ଦ୍ର ରବି...
ମୁକ୍ତି ହିଁ ଅବସମ୍ଭାବୀ !!
ଜୀବନ ଯନ୍ତ୍ରଣା ସାର...
ଚଉଦିଗେ ହାହାକାର...
ଖାଲି ମାନସ ବିକାର...
ଜନ୍ମ ହୋଇବ ବେକାର !!
କହି କିଛି ଲାଭ ନାହିଁ..
ମୁଁ କହି ମୁଁହିଁ ଶୁଣଇ...
ଆତ୍ମା କହେ ତ୍ରାହି ତ୍ରାହି...
ରକ୍ଷା କର ହେ ଗୋସାଇଁ !!
