ନୀର୍ଜିବ ହେବାର ବେଳ
ନୀର୍ଜିବ ହେବାର ବେଳ
#ନୀର୍ଜିବ_ହେବାର_ବେଳ
===============
ଆନ୍ତରିକ ଦୁଃଖରେ କାନ୍ଦି କାନ୍ଦି
ଯନ୍ତ୍ରଣାରେ ଅଜସ୍ର ହସିବାର ବେଳ,
ବେଦନାର ବିଶେଷ ବିଶେଷଣରେ
ଉହ୍ୟ ରହି ଜୀବନ ବାକ୍ୟକୁ
ଏକାନ୍ତରେ ଶ୍ରେଷ୍ଠ କରିବାର ବେଳ,
ସୁଖର ମାୟା ତ ସଭିଙ୍କୁ ଘାରିଛି
ଅଧୁନା ସୁଖ ତ୍ୟାଗ କରି
ଈଶ୍ୱରୀୟ ଆନନ୍ଦ ଓ ଶାନ୍ତି ପ୍ରାପ୍ତିର ବେଳ,
ଜୀବନ ନିଃଶ୍ୱାସର ପ୍ରତିଶବ୍ଦ ନୁହଁ
ଶରୀର ଏକ ଆବଶ୍ୟକତା ମାତ୍ର
ଏବେ ତ ଆତ୍ମାରେ ଆତ୍ମାଟିଏ ମିଶିବାର ବେଳ,
ମୁଁ କିଏ, ମୁଁ ତ ଏକ କୀଟଟିଏ
ମୁହୁର୍ତ୍ତରେ ନାଶିଯିବ ଏ ଦେହ
ସମ
ୟର ବିଷାକ୍ତ କୀଟନାଶକରେ
ଏ ହାଡ଼ ମାଂସ ଧ୍ୱଂସ ହେବାର ବେଳ,
ଏ ମୋର ସମାଜ ତୁମେ ହସୁଛ ଆଜି
ତୁମ ହସକୁ ଦେଖି ମୁଁ ବି ହସୁଛି
ଠୋ ଠୋ ହୋଇ ଏକାକୀ
ଏବେ ହସରେ ଲୁହ ଦିଶିବାର ବେଳ,
ବୟସର ବଜାରରେ ସରିଯିବ ଦିନେ ରଙ୍ଗ
ଆତ୍ମାର ଆକାଶରେ ସବୁବେଳେ ସୂର୍ଯ୍ୟ ଓ ଚନ୍ଦ୍ର
ମାଟି ସହ ମାଟିହୋଇ ଚାଲିବାର ବେଳ,
ଜୀବନ୍ତ ଶରୀର ଆଜି ପ୍ରତିକ୍ରିୟାଶୂନ୍ୟ ସତେ
ନୀରବତାର ଏକ ନୂତନ ନିୟମରେ
ଏକ ସ୍ୱତନ୍ତ୍ର ଆନ୍ତରିକ ମନ ପୃଥିବୀରେ
ଏ ଜୀବନ ନିର୍ଜୀବ ହେବାର ବେଳ ।
©® ଦେବବ୍ରତ ମିଶ୍ର
ତା ୦୮.୧୧.୨୦୨୪
===============