ପହପହ
ପହପହ
ପହପହ ହେଇ ରାତିର୍ କଲିଆ ପନତ୍
ଉଘରାଲେ ଲେହେଟି ଆଏସି ସୁରୁଜ୍।
ପୂରୁବ୍ ଦିଗେ ଫଗୁ ଲିପ୍ସି ପ୍ରକୃତି।
ରଙ୍ଗ ରଙ୍ଗିିଆ ଚିତ୍ର ବିଚିତ୍ର କରି
ମନ୍ କେ ମନ ଝୁଁଟି ଚିତ୍ରିସି।
ଘଡେ ପହରକେ ବଦ୍ଲୁଥିସି ତାର୍ ରଙ୍ଗ ଆଉ ଆକୃତି।
ଚଟିଆ କୁକ୍ରା କୁଆ କୁମ୍ଭାଟୁଆ
ଲିଟି ସୁରଲା ଗୁଁର୍ରୁ ଘାଘର
ଫୁଲଚୁହି ଟେହା ଶୁଆ ସାରୀ।
ଠୁକୁବଢେଇ ପଣକା ମଏନା
ହଂସ ହଂସରେଲ ଠିଠେହି ସଭେ ଦେସତ୍ ସୁର୍ କେ ମେଲି।
କିଏ କର୍ସି କକ୍ରେ କଁ କିଏ କର୍ସି କାଆ କାଆ।
କିଏ କର୍ସି ଚିରିକ୍ ଚିରିକ୍ ଟେଁ ଟେଁ କର୍ସି ଟିହା।
ପଣକା ଗଗାସି ଘୁର୍ ଘୁର୍ କୁମ୍ଭାଟି ଗଗାସି କୁକ୍ କୁକ୍।
ଠିଠେହି କର୍ସି ଠିଠିଟିହଁ ଠୁକୁ ବଢେଇ କର୍ସି ଠୁକ୍ ଠୁକ୍।
ଲିଟି ସୁର୍ଲା ଚିଁଚିଁ କରି ଫୁଲଚୁହି ତାର ଜୁଡି କେ ଧରି।
ଉଡି ବୁଲୁଥିସତ୍ ଚାରିକତି ଗଛ୍ ପତର୍ ର ଡାଲି କେ ଡାଲି।
ଫୁଲ ମାନେ ପାଖୁଡା ଖୁଲି ମଲ୍କୁ ଥିସତ୍ ମଲର୍ ମଲର୍।
ପବନ୍ ସଙ୍ଗେ ଲହରୁଥିସତ୍ ହଲେଇ ଦେଇ ଡାଲ୍ ପତର୍।
ମହମହ ହେଇ ଖେଲେଇ ଦେସତ୍ ପବନ୍ ଦେହେଁ ମିଶାଇ ଅତର୍।
ନଦୀ ନଲିଆ କୁଲ୍ କୁଲ୍ ସୁରେ ଲହଁପି ଆଏସତ୍ ଛାଡି ପର୍ବତ ଭିତର୍।
ଖଲ୍ ଖଲ୍ କରି ଧୁଇ ପକାସତ୍ ମଏଲାପାନି।
ଯିଏ ଚାହେଁସି ବାଁଟି ଦେସନ୍ ଜାତି ଧରମ୍ କିଛି ନି ମାନି।
ଜୀବ୍ ଜଗତ୍ ଶସ୍ୟ ଫସଲ୍ ଲତା ବୃକ୍ଷ ସବ୍ କେ ଜାନି।
ଯିଏ ଯେତେ ବଲେଇ ଜାନ୍ଲା ବହେସି ସେଆଡେ ଖଲ୍ ଖଲ୍ ପାନି।
ଲଦା ବିଦା ମାଖନ୍ ଲାଉ ତର୍ଭୁଜ ଝୁନ୍ଙ୍ଗା କେତେ ଡିର୍।
ନଏଦ ଖଏଣ୍ଡ ନେ ଲଗାଇଦେଲେ ହଁସୁଥିସତ୍ କିରକିର୍।
ଭେଣି ବାଏଗନ୍ ପାତଲଘଁଟା ଆଲୁ ଉଇଲ୍ ମର୍ଚି ଧନିଆଁ।
ମଟର୍ ଚନା ମୂଲା ଗାଜର୍ ମାଏନ୍ ମନ୍ସା ଛନ୍ ଛନିଆ।
ଚକ୍ଟି ଜାନ୍ଲେ ମାଟିକେ ବୁହାଇ ଜାନ୍ଲେ ପାନିକେ।
ନିଥରେଇ ଦେସତ୍ ନିଜର୍ ରକତ୍ ଫୁଲ୍ ଫଲର୍ ଛାଥିକେ।
ପ୍ରକୃତି ର୍ ଦେନ୍ ଜୀବନ୍ ଟା ଜୀବ୍ ଜଗତ୍ ଜୀଉଁଛେ।
ତଥାପି ତାକେ କାଟି ପାଟି କେତେ ହିନସ୍ତା କରୁଛେ।
ଖୁଲା ଖର୍ଦଙ୍ଗ ଅଧା ନଙ୍ଗଲି ହଇ ମରୁଛେ ଆମର ମାଈ।
ଆସରେ ତାକେ ସଜାଇ ଦେମା ସାଗୁଆ ରଙ୍ଗର୍ ଉଢ୍ନା ଦେଇ।
