STORYMIRROR

Satyabati Swain

Romance Tragedy

4  

Satyabati Swain

Romance Tragedy

ଫୋନ୍

ଫୋନ୍

1 min
299

ସେ ଫୋନ୍ କରନ୍ତି

ପ୍ରତିଦିନ

ରୋମାଣ୍ଟିକ କଥା କହି

ମୋତେ ତତେଇ

ଦୀର୍ଘଶ୍ଵାସ ଦେଇ

କିସ୍ ବର୍ଷା କରି ଫୋନ୍ ସେପଟେ

ମୋତେ ଛାଡ଼ି ରହିବା

ଖୁବ କଷ୍ଟ କହି

ଆମ ବିବାହର ଏକ ମାସ ପରେ।


ସେ ଫୋନ୍ କରନ୍ତି

ସପ୍ତାହକୁ ଦୁଇ ଥର

କେମିତି ଅଛ

ଦେହ ଭଲ ଅଛି ତ

ରୀତିମତ ମେଡ଼ିସିନ୍ ନେଉଛ ତ ?

ତୁମର ଏ ସମୟରେ

ମୋର ନିହାତି ରହିବା ଜରୁରୀ

କିନ୍ତୁ କଣ କରିବି

ପର ଘରେ ମୁଣ୍ଡ ବିକିଛି

ତୁମେ କିନ୍ତୁ ଭାରି ମନ ପଡୁଛ କୁହନ୍ତି

ଠିକ୍ ମୁଁ ଯେତେବେଳେ ମୁଁ ମା ହେବାକୁ ଯାଉଥିଲି।


ସେ ଫୋନ୍ କରନ୍ତି

ମାସକୁ ଦୁଇଥର

କୁହନ୍ତି

ମା ଓ ପିଲା କେମିତି ଅଛ ?

ବୋଉ ଦେହ ଭଲ ନାହିଁ କାଳେ

ବାପାଙ୍କ କାଶ ବଢିଛି

ଏ ବର୍ଷ ଧାନ ତ ବର୍ଷା ଓ ଝଡ଼ ତ ଖାଇଲା

ମୁଁ ଏକ ରକମ ଭଲ ଅଛି

ତୁମେ ପିଲା ସହ ବାପା ,ବୋଉ ,ଘର

ସମ୍ଭାଳି ନେବ

ଏ ବିଶ୍ୱାସ ମୋର ଅଛି କୁହନ୍ତି

ମୁଁ ମା ହେବାର ବର୍ଷକ ପରେ।


ଏଣିକି ମନ ହେଲେ ଫୋନ୍

ମାସକୁ ଥରେ 

କିବା ଛଅ ମାସକୁ

କାମ ଥିଲେ ଦିନକୁ ଦୁଇଥର

ଦାୟିତ୍ୱ ସୁରୁଖୁରୁରେ କରିବା ପାଇଁ

ମୋ ପିଲା ସ୍କୁଲ ଗଲା ପରେ।


ଏବେ ତ ଫୋନ୍ ର ଆବଶ୍ୟକତା ପଡେନା

କିଛି ଭାବାବେଗ

ତାଙ୍କୁ ଗ୍ରାସ କରେନା

ଚିର ସବୁଜ ଭୂଇଁରୁ

ମୁଁ ଯେମିତି ଟାଙ୍ଗରା ହୋଇ ଯାଏ

ଭାବେ

ବୋଧ ହୁଏ ମୋର ଆବଶ୍ୟକତା

ଆଉ ନାହିଁ କାର

ପିଲା ଏବେ କଲେଜ ଛାତ୍ର।


କିନ୍ତୁ ମନ ଅନେଇଁ ଥାଏ

ତାଙ୍କ ଫୋନ୍ କୁ

ଖୋଜେ ସେଇ ରୋମାଣ୍ଟିକ କଥା

ଆବେଗ ଓ ଅନୁରାଗକୁ

କିନ୍ତୁ ସେ ବେଶୀ କଥା ହୁଅନ୍ତି

ତାଙ୍କ ପିଲାଙ୍କ ସହ

କମ୍ ମୋ ସହ

ଯାହା ଅବ୍ୟକ୍ତ ପୀଡ଼ାରେ

ମୋ ମନକୁ ସମାଧି ଦିଏ।


ଭାବେ

ମୁଁ କଣ ବୁଢ଼ୀ ହୋଇ ଗଲିଣି ?

ଏଇ ତ ଛତିଶି ପୁରିଲା ମୋତେ !


Rate this content
Log in

Similar oriya poem from Romance