ଫମ୍ପା ମାଠିଆର ଶବଦ ବେଶୀ
ଫମ୍ପା ମାଠିଆର ଶବଦ ବେଶୀ
ସାବରମତୀର ସନ୍ଥ ପଥିକ
ବିଶ୍ୱ ଅଦ୍ୱିତୀୟ ନେତା
ଜାତିର ଜନକ ମହାତ୍ମା ଗାନ୍ଧିଜୀ
ଦର୍ଶନ ସତ୍ୟ ଅହିଂସା ।
ଥିଲା ସମାନତା ଶୁଦ୍ଧ ସତ୍ୟ ନିଷ୍ଠା
ଉଚ୍ଚାରଣ ଆଚରଣେ
କୁଟିକି ଖାଇବା କାଟିକି ପିନ୍ଧିବା
କହୁଥିଲେ ସମ୍ଭାଷଣେ ।
ମିଥ୍ୟା ନୁହେଁ ତାଙ୍କ ଏ ଆପ୍ତ ବଚନ
ଅଲିଭା ପଥର ଗାର
ସ୍ୱ।ଧୀନ ସ୍ୱଚ୍ଛନ୍ଦ ମଣିଷ ଜୀବନ
ମୁକ୍ତ ଯେ ଆତ୍ମନିର୍ଭର ।
ଆମ ପାଶେ ଥିବା ଆମର ସମ୍ବଳ
କରିଲେ ସୁବିନିଯୋଗ
ଅର୍ଥନୀତି ଆମ ହୋଇବ ସୁଦୃଢ
ହୋଇବ ଦୂର ଅଭାବ ।
ଋଣ କରି ଘୃତ ପିଇବା ଅଟଇ
ବିଷ ତୁଲ୍ୟ ବଦଭ୍ୟାସ
ଯେତିକି ଚୂନାକୁ ସେତିକି ହିଁ ପିଠା
ଉପଭୋଗ ସମୁଚିତ ।
ଇଚ୍ଛା ସବୁ ଯଦି ପାଲଟିବେ ଘୋଡ଼ା
ସମସ୍ତେ ପାରିବେ ଚଢି
ସ୍ୱପ୍ନ ସୈ।ଦାଗର ଭାଷଣରେ ଖାଲି
ହିମାଳୟ ଦେବେ ତାଡି ।
ମୂଳ ପରିଶ୍ରମ ଶିକ୍ଷା ସୁସଂସ୍କାର
ସତ୍ୟ ନିଷ୍ଠା ଦେଶପ୍ରେମ
ଉତ୍ପାଦନ ବୃଦ୍ଧି ଦେଶର ପ୍ରଗତି
ଲୋଡ଼ା ଦୂରଦୃଷ୍ଟି କର୍ମ ।
ହୁଅଇ ସମୃଦ୍ଧି ସୁଖ ଓ ସମ୍ପଦ
ଆଦର୍ଶ ନୀତି ବିଚାରେ
ଅତି ଆବଶ୍ୟକ ଶାସନ ଶୃଙ୍ଖଳା
ଧରମ ଅର୍ଥ ଅର୍ଜନେ ।
ଲାଞ୍ଚ ଜମାଖୋରୀ ଚୋରୀ ଡକାୟତି
ଅନ୍ୟାୟେ ଅର୍ଜିତ ଧନ
ସମାଜେ ବଢାଏ ଗଣ ବିଶୃଙ୍ଖଳା
ଅଶାନ୍ତ ହୁଏ ଜୀବନ ।
ବୁଦ୍ଧିଜୀବୀ ସାଧୁ ସାଧାରଣ ଜନ
କି ଅବା ଜନ ନାୟକ
ଉଚିତ ନୁହଁଇ କହିବା ବଢାଇ
ଅନର୍ଗଳ ଅଯୈ।କ୍ତିକ ।
ସାମାନ୍ୟ ସ୍ପର୍ଶରେ ଫମ୍ପା ମାଠିଆରେ
ହୁଅଇ ବେଶୀ ଶବଦ
ଦେଖାଏ କର୍ମରେ ଲୋକ ପାରଙ୍ଗମ
କୃତି ଦିବ୍ୟ ଅନବଦ୍ୟ ।
--------